ହ୍ୟୁମାନଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ

ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ହ୍ୟୁମାନ ସାଗରଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ । ସେ କହିଛନ୍ତି, ମୋ ପୁଅକୁ ୟୁଜ କରାଯାଉଥିଲା । ଦେହ ଖରାପ ସତ୍ତ୍ବେ ତାକୁ ଷ୍ଟେଜ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ ।ହ୍ୟୁମାନଙ୍କ ମାଆ କହିଛନ୍ତି, ମୋ ପୁଅକୁ ତାର ଦୁଇ ଜଣ ପିଏ ବ୍ୟବହାର କଲେ। ମୋ ପୁଅର ଦେହ ଖରାପ ଥିବା ସତ୍ତ୍ୱେ ତାକୁ ମେଡିକାଲ ନେବାକୁ ଛାଡ଼ିଲେନି।