ହ୍ୟୁମାନ୍ ସାଗର ମୃତ୍ୟୁ: ମାସେ ପରେ ହଟିବ ଫିଟିବ ଗୁମର
ଫିଟିବ ହ୍ୟୁମାନ୍ ସାଗରଙ୍କ ଅକାଳ ମୃତ୍ୟୁ ରହସ୍ୟ । କଟକ ମର୍କତନଗର ଥାନା ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ । ଲିଭର୍ ସିରୋସିସ୍ ହେବା ପରଠୁ ବେସରକାରୀ ହସ୍ପିଟାଲ୍ ରେ ହ୍ୟୁମାନ୍ ଚିକିତ୍ସିତ ହେଉଥିଲେ । ଉକ୍ତ ହସ୍ପିଟାଲ୍ଟି ଲିଭର୍ ରୋଗର ସ୍ୱତନ୍ତ୍ର ଚିକିତ୍ସା ପାଇଁ ରହିଥିବାରୁ ହ୍ୟୁମାନ୍ ସେଠାରେ ନିଜର ରେଗୁଲାର ଟ୍ରିଟ୍ମେଣ୍ଟ କରାଉଥିଲେ ।
ଏପରିକି ସେ ଗୁରୁତର ହେବାର କିଛି ଦିନ ପୂର୍ବରୁ ଉକ୍ତ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଯାଇଥିଲେ । ଗଲା କିଛି ବର୍ଷର ଚିକିତ୍ସା ତଥ୍ୟ ଉକ୍ତ ରିପୋର୍ଟରେ ହସ୍ପିଟାଲ୍ ପକ୍ଷରୁ ପ୍ରଦାନ କରାଯାଇଛି ।ଅନ୍ୟପଟେ, ଟଙ୍କା କାରବାର ବିଷୟ ଜାଣିବା ପାଇଁ ଥାନା ପକ୍ଷରୁ ୮ଟି ବ୍ୟାଙ୍କ୍କୁ ଟ୍ରାନଜାକ୍ସନ୍ ତଥ୍ୟ ମଗାଯାଇଥିଲା । ହେଲେ ଗୋଟିଏ ବି ବ୍ୟାଙ୍କ୍ ତଥ୍ୟ ପ୍ରଦାନ କରିନି । ଫଳରେ ହ୍ୟୁମାନଙ୍କ ଟଙ୍କା କାରବାର ତଥ୍ୟ ପୋଲିସ ଏପର୍ଯ୍ୟନ୍ତ ଜାଣିପାରିନି । ମର୍କତନଗର ଥାନା ପୋଲିସ କେବଳ କିଛି ଅଭିଯୁକ୍ତ ଓ ହ୍ୟୁମାନଙ୍କ ଫୋନ୍ କଲ୍ ରେକର୍ଡ ଧରି ବସିଛି ।
