ହ୍ୟୁମାନ ସାଗରଙ୍କ ହ୍ବାଟସ ଆପ ଚାଟ୍ – ‘ଆଉ ବଞ୍ଚିବାକୁ ଚାହୁଁନାହିଁ, ମୁଁ ମରିବାକୁ ଚାହୁଁଛି’: 

ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ସାରା ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। AIIMS ଭୁବନେଶ୍ୱରରେ ୭୨ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁ ସପ୍ତାହେ ପରେ ବି ଥମୁନି ହ୍ୟୁମାନ ସାଗରଙ୍କୁ ନେଇ ବିବାଦ । ସାମନାକୁ ଆସିଛି ହ୍ୟୁମାନ ସାଗରଙ୍କ ହ୍ବାଟସ ଆପ ଚାଟ୍ । ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମଙ୍କୁ ପଠାଇଥିବା ହ୍ୱାଟସ ଆପ ମେସେଜ ଏବେ ସାର୍ବଜନୀନ ହୋଇଛି। ମୁଁ ବଂଚିବାକୁ ଚାହୁଁନାହିଁ ବୋଲି ମେସେଜରେ ଉଲ୍ଲେଖ କରିଥିଲେ ହ୍ୟୁମାନ । ନିଜେ ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ଏ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଶ୍ରୀକାନ୍ତ ଗୌତମଙ୍କ ଏକ ଗୀତର ଷ୍ଟୁଡିଓ ରେକର୍ଡିଂ ଥିଲା । କିନ୍ତୁ ଆସି ନଥିଲେ ହ୍ୟୁମାନ ସାଗର । ରେକର୍ଡିଂ ବାତିଲ କରିଥିଲେ । ଏହାସହ ଶ୍ରୀକାନ୍ତ ଗୌତମକୁ ହ୍ୱାଟସ ଆପରେ ହ୍ୟୁମାନ ସାଗର ମେସେଜ୍ କରିଥିଲେ, ମୁଁ ବଂଚିବାକୁ ଚାହୁଁ ନାହିଁ । ତେବେ ଅଧିକାଂଶ ଷ୍ଟେଜ୍ ଶୋ’ ତାଙ୍କ ଟିମ୍ ଦ୍ୱାରା ପରିଚାଳିତ ହେଉଥିବା ବେଳେ, ହ୍ୟୁମାନ୍ ସାଗର ଗୁରୁତ୍ୱପୂର୍ଣ୍ଣ ରେକର୍ଡିଂ ସେସନ୍ ଗୁଡ଼ିକୁ ହଠାତ୍ ବାତିଲ କରିବା ଆରମ୍ଭ କରିଥିଲେ। ତାଙ୍କର ଏହି ଆଚରଣ ସହକର୍ମୀ ଏବଂ ସଂଗୀତ ନିର୍ଦ୍ଦେଶକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା।