ହ୍ୟୁମାନ ସାଗର ମୃତ୍ୟୁ ମାମଲା: ଏତଲାରେ ଥିବା ବ୍ୟକ୍ତି ହେବେ ଜେରା
ହ୍ୟୁମାନ ସାଗର ମୃତ୍ୟୁ ମାମଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିବା କଟକ ଡିସିପିଙ୍କ ସୂଚନା । ଚିକିତ୍ସା ସମ୍ପର୍କରେ ଯାଞ୍ଚ କରାଯାଉଛି କାଗଜପତ୍ର । ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ କେସ ରୁଜୁ ହୋଇ ତଦନ୍ତ ହେଉଛି ।ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଶେଫାଳି ଗଣମାଧ୍ୟମରେ କହିଥିଲେ ପୁଅ ହ୍ୟୁମାନକୁ ଲିଭର ସିରୋସିସ୍ ହୋଇଥିଲା, ହେଲେ ମ୍ୟାନେଜର ଥରେ ହେଲେ ମୋତେ କହିନଥିଲା । ସେ ଆହୁରି ମଧ୍ୟ କହିଥିଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ପୁଅ ହ୍ୟୁମାନ୍ ପାଖକୁ ରାତି ଅଧରେ ଆସୁଥିଲା, ଏହି କଥାକୁ ସେ ବିରୋଧ କରିଥିଲେ । ସାଗର ସଙ୍ଗମ ଲାଇଭ୍ ଟ୍ରୁପର ମାଲିକ ଆବିଦ୍ ନିଜ ସହିତ ଅର୍ପିତାଙ୍କୁ ନେଇ ଆସୁଥିଲା । ଦୀର୍ଘ ସମୟ ଘରେ ରହୁଥିଲେ ।
