ୟାମି ଗୌତମ ପାଳିଲେ ରଙ୍ଗର ପର୍ବ

ୟାମି ଗୌତମ ହୋଲି ପୂର୍ବରୁ ରଙ୍ଗର ପର୍ବକୁ ଉପଭୋଗ କରିଛନ୍ତି। ଅଭିନେତ୍ରୀ ହୋଲି ଖେଳୁଥିବାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ କିଛି ଗୁଲାଲ ତାଙ୍କ ଚେହେରାରେ ଲାଗିଥିବା ଦେଖାଯାଇଛି। ଫଟୋରେ ସେ ତାଙ୍କ ଘରର ବାଲକୋନିରେ ଠିଆ ହୋଇଥିବା ବେଳେ ତାଙ୍କ ଗାଲରେ ଲାଲ ଓ ହଳଦିଆ ରଙ୍ଗ ଲାଗିଥିବା ଦେଖାଯାଇଛି।ଖୁବ ଶୀଘ୍ର ୟାମି ମା’ ହେବାକୁ ଯାଉଛନ୍ତି। ଅଭିନେତ୍ରୀଙ୍କ ପ୍ରେଗ୍ନେସି ଖବର ସେତେବେଳେ ଜଣାପଡିଥିଲା ଯେତେବେଳେ ‘ଆର୍ଟିକଲ ୩୭୦’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ସେ ତାଙ୍କର ବେବି ବଂପ ଦେଖାଇଥିଲେ।