ୟୁନିଭର୍ସିଟି କ୍ୟାମ୍ପସରେ ବିଶାଳ ବଉଳା କୁମ୍ଭୀର ।

ଗୁଜୁରାଟରେ ଏବେ ଭୀଷଣ ବନ୍ୟା ପରିସ୍ଥିତି ଥିବାବେଳେ ରାସ୍ତାଘାଟ ଓ ସହର ସବୁ ବନ୍ୟା ପାଣିରେ ବୁଡିଛି । ଏଭଳି ସ୍ଥିିତିରେ ଜଳଚର ପ୍ରାଣୀ ଲୋକବସତି ଭିତରକୁ ପଶିଆସୁଥିବା ଲକ୍ଷ୍ୟ କରାଯାଉଛି ।ତେବେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରୁ କୁମ୍ଭୀର ଉଦ୍ଧାର ହେବାର ଲାଗିଛି।

ଜରାଟର ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟରୁ ୧୪ଫୁଟର କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି।

କୁମ୍ଭୀରକୁ କିଭଳି ଉଦ୍ଧାର କରାଯାଇଥିଲା ଦେଖନ୍ତୁ ଭିଡ଼ିଓ।ରାଜ୍ୟର ୧୧ଟି ଜିଲ୍ଲାରେ ରେଡ ଆଲର୍ଟ ଜାରୀ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି । ଏଭଳି ସ୍ଥିିତିରେ ବନ୍ୟାରେ କୁମ୍ଭୀର ଉଠିଆସିବା ଲୋକଙ୍କୁ ଭୟଭୀତ କରିଛି ।