୧୨ ଦିନର ଛୁଆ ପାଟିରେ ଫେବିକ୍ବିକ୍ ମାରିଲେ; ପଥର ତଳେ ପୋତିଦେଲେ ନୃଶଂସ

ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାରେ ମାନବିକତାକୁ ଉଲଂଘନ କରିଗଲେ ମଣିଷ । ଏଠିକାର ବିଜୌଲିୟା ଉପଖଣ୍ଡର ଖେଡ଼ା ରୋଡ଼ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା । ୧୦-୧୨ ଦିନର କଅଁଳା ଶିଶୁର ମୁହଁରେ ଫେବିକ୍ଵିକ୍ ମାରି ପଥର ତଳେ ପୋତି ଦେଇଛନ୍ତି କିଛି ନୃଶଂସ ମଣିଷ।

ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ । କିଛି ଗାଇ ଜଗାଳି ଗାଇ ଚରାଇବା ଲାଗି ଜଙ୍ଗଲକୁ ଯାଇଥିଲେ। ଏତିକି ବେଳେ ଜଙ୍ଗଲରେ କିଛି ଶଦ୍ଦ ଶୁଣି କାନେଇ କାନେଇ ଠିକଣା ଜାଗାକୁ ଯାଇ ପହଞ୍ଚିଥିଲେ। ଆଉ ତା ପରେ ଯାହା ଦେଖି , ତାହା ତାଙ୍କ ହୋସ୍‌ ଉଡାଇ ଦେଇଥିଲା। ତୁରନ୍ତ ଯାଇ ପାଖ ଗାଁ ଲୋକଙ୍କୁ ଡାକିଥିଲେ । ପିଲାଟିକୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ପିଲାକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଖବର ଅନୁସାରେ ଏବେ ପିଲାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ପୁଲିସ ଘଟଣାର ଛାନଭିନ୍ କରୁଛି ।