୧୫ମାସରେ ଭିଜିଲାନ୍ସ ହାତରେ ୧୯୯ ବାବୁ

ରାଜ୍ୟରେ ମାତ୍ର ୧୫ମାସରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୯୯ ସରକାରୀ ବାବୁ । ଆଜି ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୧୯୯ ଦୁର୍ନୀତି ସରକାରୀ ଅଧିକାରୀଙ୍କୁ ଧରିଲାଣି ଭିଜିଲାନ୍ସ। ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା। ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ।

ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ ଯେ ୨୦୨୪ଜୁନ ମାସରୁ ଏଯାବତ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଲ ଓ ଲାଞ୍ଚନେବା ଅଭିଯୋଗରେ କେତୋଟି ମାମଲା ରୁଜୁ କରିଛି ଓ କେତେ ପରିମାଣରେ ସମ୍ପତ୍ତି ଆକଳନ ଜବତ କରିଛି । ଯାହାର ଲିଖିତ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ନିବାରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ୭୨୨ଟି ମାମଲା ତଦନ୍ତାଧୀନ ରହିଛି। ୨୦୨୪ ଜୁଲାଇ ୧ ତାରିଖରୁ ଆଜି ପର୍ଯ୍ୟନ୍ତ (ତା.୧୫.୦୯.୨୦୨୫ ରିଖ ମଧ୍ୟରେ) ରାଜ୍ୟ ଭିଜିଲାନ୍ସ ବିଭାଗ ୭୭ ଜଣ ସରକାରୀ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ମୋଟ୍ ୨୦୨.୫୮ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପରି ଜବତ କରିଛି ଭିଜିଲାନ୍ସ। ଉକ୍ତ ଆୟ ବହିର୍ଭୂତ ସମ୍ପଭି ମଧ୍ଯରୁ ନଗଦ ରାଶି ୮.୩୮କୋଟି ଟଙ୍କା, ୨୧୮ ଗୋଟି ଫ୍ଲାଟ, ୭୭୫ ଗୋଟି ପ୍ଲଟ, ୧୬ ଟି ସୁନା ବିସ୍କୁଟ ସହିତ ମୋଟ ୨୫ କିଲୋ ୫୫୩ ଗ୍ରାମର ସୁନା ଅଳଙ୍କାର, ୧୩ ଗୋଟି ଫାର୍ମ ହାଉସ, ୪୪.୨୧ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ୪୩.୦୨ କୋଟି ଟଙ୍କାର ବିମା ରାଶି ଅନ୍ତର୍ଭୁକ୍ତ ଅଟେ।ଏହି ସମୟ ମଧ୍ୟରେ ମୋଟ ୭୮୫ ଜଣଙ୍କ ବିରୁଦ୍ଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ୧୭୦ ଲୋକଙ୍କୁ ଦଣ୍ଡିତ କରାଯାଇଛି।