୧୫ରୁ କମିପାରେ ରାତି ତାପମାତ୍ରା

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଉଥିବା ବେଳେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତର ଆଗମନ ହେବ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ରାତି ତାପମାତ୍ରା ଅନ୍ୟ ସବୁ ଜିଲ୍ଲା ତୁଳନାରେ କମ୍‌ ରହିପାରେ । ଏ ସବୁ ସ୍ଥାନରେ ଶିଶିରପାତ ବା କୁହୁଡ଼ି ଦେଖାଦେବ।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। କିନ୍ତୁ ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲା ଗୁଡ଼ିକରେ ହାଲୁକା ବର୍ଷା ହୋଇପାରେ।