୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା
ଗଣିଆ, (ବିଶ୍ୱରଂଜନ ସେଠୀ): ଗଣିଆ ପ୍ରାଥମିକଶିକ୍ଷକ ସଂଘ ତରଫରୁ ଗଣିଆ ଗଣିଆ ଶିକ୍ଷକ ସଙ୍ଘ ପରିସରରେ ଶିକ୍ଷକ ସଂଘର ସମସ୍ତ ପ୍ରାଥମିକଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।

ସଙ୍ଘର ସଭାପତି ବିଜୟ କୁମାର ମହାରଣାଙ୍କ ସଭାପତିତ୍ବରେମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତପ୍ରାଥମିକ ଶିକ୍ଷକ ସଂଘର ସଭାପତିରାମଚନ୍ଦ୍ର ଦାଶ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ନବକିଶୋର ପଟ୍ଟନାୟକ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ରବୀନ୍ଦ୍ର କୁମାର ରାଉତରାୟ, ଏବିଇଓ ବିନୋଦିନୀ ପଣ୍ଡା, ଏବିଇଓ ନିରୁପମାମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଶିକ୍ଷକ ସୁନୀଲ କୁମାର ସାହୁଙ୍କ ଦ୍ବାରା ବିଭୁବନ୍ଦନା ଗାନ କରଯାଇଥିଲା। ଦିବଂଗତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବପ୍ରାର୍ଥନା କରାଯାଇଥିଲା । ସଭାପତିଙ୍କନିର୍ଦ୍ଦେଶ କ୍ରମେ ଶିକ୍ଷକ ବାମନ ଚରଣ ବାରିକ ମଞ୍ଚ ପରିଚାଳନା କରିଥିଲେ। ଅବସରନେଇଥିବା ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁଉତ୍ତରୀୟ, ମାନପତ୍ର, ଗୀତା ଦେଇ ସମ୍ବଦ୍ଧିତକରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଉତରାୟଙ୍କୁ ରାମଚନ୍ଦ୍ର ଦାଶ ସମ୍ବଦ୍ଧିତକରିଥିଲେ। ତେବେ ଅବସର ଗ୍ରହଣ କରିଥିବା ୧୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ହେଲେ ପ୍ରହଲାଦଦଳେଇ, ଶଙ୍କର୍ଷଣ ପ୍ରଧାନ, ସୁରେଶ ଚନ୍ଦ୍ରପ୍ରଧାନ, ରାସବିହାରୀ ମୁଦୁଲି, ପ୍ରମୋଦ କୁମାରସ୍ଵାଇଁ, ଅକ୍ଷୟ କୁମାର ସାହୁ, ସ୍ବର୍ଣ୍ଣଲତା ଦାଶ,ବିରଞ୍ଚି କୁମାର ରାଉତ, ପ୍ରଫୁଲ୍ଲ କୁମାର ମହାନ୍ତି,ସୁବାସ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ବେହେରା,ଚୀନ କୁମାରୀ ହୋତାଙ୍କୁ ସମ୍ବର୍ଧିତ କରଯାଇଥିଲା ।। ୨ ଜଣ ଶିକ୍ଷକଅନୁପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା।ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ସୁନୀଲ କୁମାର ସାହୁ, ଶୋଭନ ପଣ୍ଡା, କିଶୋର କୁମାର ପଣ୍ଡା,ବିରେନ୍ଦ୍ର କୁମାର ସାହୁ, ମହେଶ୍ୱର ପ୍ରଧାନଙ୍କ ସମେତ ଗଣିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟମାନେ ସହଯୋଗ କରିଥିବା ବେଳେ ସଙ୍ଘର ସଭାପତି ବିଜୟ କୁମାର ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ ।
