୧୭ରେ ଓଡିଶା ଆସିବେ ହେମାମାଳିନୀ

ମେ’ ୧୭ରେ ଓଡିଶା ଆସିବେ ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ୧୭ ତାରିଖରେ ସେ ଓଡିଶା ଆସିବା ସହ ୩ଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗର ସଭାରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହାସହ ପିପିଲିରେ ରୋଡ୍ ଶୋ’ କରିବେ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି।ଆଉ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ମଥୁରା ସାଂସଦ ପ୍ରାର୍ଥୀ ହେମାମାଳିନୀ ।

ଆସନ୍ତା ୧୭ ଓ ୧୮ ତାରିଖରେ କଟକ ଜିଲ୍ଲା ନରସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଠିକ୍ ସେହିପରି ୧୬ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ବ୍ରଜରାଜନଗର, ବଣାଇ, ଅତାବିରା ଓ ଜଟଣୀରେ ସଭା କରିବେ। ସେହିଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ସୁନ୍ଦରଗଡ଼ ଜିଲ୍ଲାର ତଳସରା, ବରଗଡ଼ ଜିଲ୍ଲାର ବିଜେପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ନିର୍ବାଚନୀ ସଭା କରିବେ।