୧୭ ଯୁବତୀଙ୍କୁ ବଳାତ୍କାର କରି ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ଫେରାର
ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ନାମରେ ୧୭ ଜଣ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ଚୈତନ୍ୟାନନ୍ଦ ଫେରାର୍ ଅଛନ୍ତି। ସେ ବସନ୍ତ କୁଞ୍ଜରେ ଏକ ଆଶ୍ରମ ଚଳାଉଛନ୍ତି।ଦିଲ୍ଲୀ ପୁଲିସ ବୁଧବାର ଆତ୍ମଘୋଷିତ ବାବା ସାଧୁ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥ ସାରଥିଙ୍କ ବିରୋଧରେ ମାମଲା ରୁଜୁ କରିଛି । ବାବା ୧୭ ଜଣ ଝିଅ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ମାମଲା ଦାଏର ହୋଇଛି । ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ପିଜିଡିଏମ୍ କୋର୍ସରେ ପାଠ ପଢୁଥିବା ୩୨ ଝିଅଙ୍କ ମଧ୍ୟରୁ ୧୭ ଜଣ ବାବାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ବାବା ପାର୍ଥସାରଥି ଅଶ୍ଳୀଳ ମେସେଜ୍ ପଠାଇବା, ଶାରୀରିକ ସ୍ପର୍ଶ କରିବା ଓ ଅପମାନଜନକ ଭାଷାରେ ନିର୍ଯାତନା ଦେଉଥିଲେ । ତେବେ ତାଙ୍କ ଭଲଭୋ କାର୍ରୁ ଏକ ନକଲି ୩୯ ୟୁଏନ୍ ୧ ନମ୍ବର ମଧ୍ୟ ମିଳିଛି। ଗାଡ଼ିଟି ଏବେ ପୋଲିସ ଜବତ କରିଛି। ମାମଲା ପଞ୍ଜୀକରଣ ପରେ, ଆଶ୍ରମ ପ୍ରଶାସନ ଅଭିଯୁକ୍ତଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛି।
ଦିଲ୍ଲୀ ପୋଲିସ ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ବତୀଙ୍କ ସନ୍ଧାନ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ବର୍ତ୍ତମାନ ତାଙ୍କର ଶେଷ ସ୍ଥାନ ଆଗ୍ରାରେ ଅବସ୍ଥିତ। ତାଙ୍କୁ ଏବେ ଉତ୍ତରପ୍ରଦେଶ ପୋଲିସ ସହାୟତାରେ ଖୋଜା ଚାଲିଛି।
