୧୯୯୩ ମୁମ୍ବାଇ ଆକ୍ରମଣକୁ ପୁରିଲା ୩୦ ବର୍ଷ,ଡନ ଦାଉଦ ଇବ୍ରାହିମ ଥିଲେ ସାମିଲ, ଫସିଯାଇଥିଲେ ସଞ୍ଜୟ ଦତ୍ତ

ମାର୍ଚ୍ଚ ୧୨, ୧୯୯୩ ମୁମ୍ବାଇ ପାଇଁ ଥିଲା କଳା ଶୁକ୍ରବାର ବା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସବୁ ଦିନ ପରେ ଥିଲା ଗହଳି ଚହଳି। ଅପରାହ୍ନ ୧ଟା ୩୦ ସମୟରେ ଏକ୍ସଚେଞ୍ଜର ୨୮ ମହଲାରୁ ଶୁଭିଲା ପ୍ରଚଣ୍ଡ ବିସ୍ଫୋରଣ।  ଏହି ଆତଙ୍କୀ ଆକ୍ରମଣ ଘଟଣାରେ ୫୦ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ଏହା କେବଳ ଆରମ୍ଭ ଥିଲା। ଅଧ ଘଣ୍ଟା ପରେ ଦ୍ୱିତୀୟ ବିସ୍ଫୋରଣ ଏକ କାରରେ ଘଟିଥିଲା ​​ଏବଂ ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା ।  

ଦୁଇ ଘଣ୍ଟା ମଧ୍ୟରେ ମୁମ୍ବାଇର ୧୨ଟି ସ୍ଥାନରେ ୧୩ଟି ବିସ୍ଫୋରଣ ହୋଇଥିଲା। ଆତଙ୍କିଙ୍କ ଗୁଳିରେ ଗଡ଼ିଥିଲା ଶହ ଶହ ମୁଣ୍ଡ। ଆଜି ସେହି ଆତଙ୍କୀ ଆକ୍ରମଣକୁ ପୁରିଛି ୩୦ ବର୍ଷ।ଏହି ବିସ୍ଫୋରଣରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ।ପୋଲିସର କହିବା ଅନୁଯାୟୀ, ଏହି ଆକ୍ରମଣ ଆତଙ୍କବାଦୀ ଦାଉଦ ଇବ୍ରାହିମ ଦ୍ୱାରା କରାଯାଇଥିଲା ।  

ବିସ୍ଫୋରଣର ଷଡଯନ୍ତ୍ର ରଚିଥିଲେ ଟାଇଗର ମେମନ୍।  ଆଜି ପର୍ଯ୍ୟନ୍ତ ଉଭୟ ଧରା ପଡ଼ିନାହାନ୍ତି। ଏହି ମାମଲାରେ ୧୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଫାଶୀ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲା  ୟାକୁବ ମେମନ୍। ଯାହାକୁ ୨୦୧୫ରେ ଫାଶୀ ଦିଆଯାଇଥିଲା।  ୟାକୁବ ମେମନ୍ ମୁଖ୍ୟ ଅଭିଯୁକ୍ତ ଟାଇଗରର ଭାଇ ।ତଦନ୍ତ  ବେଳେ ବଲିଉଡର ସମ୍ପୃକ୍ତି ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା।

ପୋଲିସ ସଞ୍ଜୟ ଦତ୍ତଙ୍କୁ ଗିରଫ କରିଥିଲା। ସେ ୧୮ ମାସ ଜେଲରେ ଥିଲେ। ପଚରାଉଚୁରା ବେଳେ ସଞ୍ଜୟ ଦତ୍ତ AK-୫୬ ରଖିଥିବା ସ୍ୱୀକାର କରିଥିଲେ। ୬୦୦ ଲୋକଙ୍କ ସାକ୍ଷ୍ୟ ଏବଂ ପ୍ରମାଣ ଆଧାରରେ ୟାକୁବ ମେମନ୍, ସଞ୍ଜୟ ଦତ୍ତଙ୍କ ସମେତ ୧୦୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।  ସେହି ନିର୍ଦ୍ଦୋଷଙ୍କ ମଧ୍ୟରେ ଥିଲେ ସଞ୍ଜୟ ଦତ୍ତ। ଅନ୍ୟାନ୍ୟ ଗମ୍ଭୀର ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ସଞ୍ଜୟ ଦତ୍ତ AK-୫୬ ରଖିବା ଅଭିଯୋଗରେ ୫ ବର୍ଷ ଜେଲ ଜାଇଥିଲେ।