୧ ମାସ ଧରି ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର
ଶ୍ରୀମନ୍ଦିର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ ମିଳିଛି। ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟା ଠାରୁ ଦ୍ଵାରଫିଟା, ରାତ୍ର ୧୧ଟା ସୁଦ୍ଧା ହେବ ରାତ୍ର ପହୁଡ଼ । ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ସୁନାବେଶ ନୀତି ହେବ।୧୪ ଜାନୁଆରୀ ୨୦୨୬ ମକର ସଂକ୍ରାନ୍ତି ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି। ଜାନୁଆରୀ ୧ ଇଂରାଜୀ ନବବର୍ଷରେ ଜନ ଗହଳି ଦୃଷ୍ଟିରୁ ଡିସେମ୍ବର ୩୧ ତାରିଖରେ ରାତ୍ର ୧୧ ପୂର୍ବରୁ ପହୁଡ଼ ହେବ । ପୁଣି ରାତିରେ ଦ୍ଵାର ଫିଟା ହୋଇ ଦର୍ଶନ ବ୍ୟବସ୍ଥା କରାଯିବ । ଫଳରେ ବଡ ଦାଣ୍ଡରେ ଥିବା ଭକ୍ତ ମାନେ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ ମାନେ ଗଠନ କରିବେ ସବ୍ କମିଟି ।
