୨୦୧୨ ରିୟାଲିଟି ଶୋରୁ ଆରମ୍ଭ କରିଥିଲେ ସଙ୍ଗୀତର ଯାତ୍ରା

ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ।ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ବହୁ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସାଗର ଘରେ ଘରେ ପରିଚିତ ।ହ୍ୟୁମାନଙ୍କ ଜନ୍ମ ୧୯୯୦ ମସିହା ଏପ୍ରିଲ ୨୧ ତାରିଖରେ । ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ । ସେ ରହୁଥିଲେ କଟକ ସିଡିଏ-୯ରେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଥିଲେ ତାଙ୍କର ଗୁରୁ । ୨୦୧୭ ମସିହାରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ ।ପ୍ରଥମେ ଏକ ଘରୋଇ ଚ୍ୟାନେଲ ରେ ଆମରି ସ୍ୱର ରେ ଭାଗ ନେଇଥିଲେ ହ୍ୟୁମାନ ସାଗର ଓ ତାପରେ ଆଉ ଏକ ଘରୋଇ ଚ୍ୟାନେଲର ଏକ ରିଆଲିଟି ଶୋ VOICE OF ODISHAରେ ଭାଗ ନେଇଥିଲେ।ଯେତେବେଳେ ଘରୋଇ ଶୋରେ ବିଜେତା ହେଲେ ହ୍ୟୁମାନଙ୍କ ଭାଗ୍ୟ ଖୋଲିଗଲା।ପ୍ରଥମ ଫିଲ୍ମ something something ପାର୍ଟ 2 ରେ ପ୍ରେମ ହେଇଯାଏ ରେ ଓ ଇସ୍କ ତୁ ହି ତୁ ରେ ଗୀତ ଗାଇବାର ସୁଯୋଗ ପାଇଥିଲେ।ନିଜର ସୁରିଲା କଣ୍ଠରେ ଗୀତ ଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲେ ହ୍ୟୁମାନ।ବହୁତ ସାରା ରୋମାଣ୍ଟିକ ଗୀତ ହିଟ ଦେଇ ସମସ୍ତଙ୍କର ପ୍ରିୟ ଗାୟକ ହେଇଗଲେ ହ୍ୟୁମାନ।ଫିଲ୍ମ ଓ ଆଲବମରେ ଗାଇଥିବା ସୁପର ହିଟ ଗୀତ-ନିଶ୍ୱାସ ତୋ ବିନା, ତୋ ପ୍ରେମରେ ଆଜି ପାଗଳ ମୁଁ, ଗଜଲ ଗଜଲ, ଭିଜେଇ ଦେଇ ଯାଆ ଥରେ, ହାତ ଧରି ମୋର ଚାଲି ଶିଖେଇଲ ବାପା ବାପା, ସ୍ମାର୍ଟ ସିଟି ଝିଅଟା ଆସି ପିଟି ହେଲାରେ, ଆଧାର କାର୍ଡ଼ ଲିଙ୍କ ହେଲେ, ତୁ ଠକିଦେଲୁ, ତୁ ଠକିଦେଲୁ, ଟାଇମ ଗୋଟେ ଝିଅଟେ ତୁ କରିଲୁ ପାଗଳ, ମା ତୋ ବିନା ମୁ ରହି ପାରିବିନି, ତୁ ମେଘ ହେଇଯା ମତେ ସାଥେ ନେଇଯା। ଏମିତି ଶହ ଶହ ସୁପରହିଟ୍ ଗୀତ ସବୁ ୧୩ ବର୍ଷ ଧରି ଶ୍ରୋତାମାନଙ୍କୁ ଭେଟି ଦେଇଛନ୍ତି ହ୍ୟୁମାନ ।