୨୦୨୪ ରେ ପ୍ରଥମ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ

ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ ନାସା ଅନୁଯାୟୀ, ୨୦୨୪ର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୮ରେ ହେବ। ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପରେ ଆରମ୍ଭ ହୋଇ ମେକ୍ସେିକୋ ଆମେରିକା ଏବଂ କାନାଡା ଦେଇ ଅତିକ୍ରମ କରିବ। କୋଷ୍ଟା ରିକା, କ୍ୟୁବା, ଅରୁବା, କେମୈନ ଦ୍ବୀପ, ଡୋମିନିକା, ଫ୍ରେଞ୍ଚ ପୋଲିନେଶିୟା ଏବଂ ଜମୈକାରେ ଆଂଶିକ ସୂର୍ଯ୍ୟ ଗ୍ରହଣ ନଜର ଆସିବ। ତେବେ ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ସୋମବାରରେ ହେବ। ଏହା ସକାଳ ୧୦.୨୪ରୁ ୩.୦୧ ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ଘଣ୍ଟା ୩୬ ହେବ ମିନିଟ୍‌। ତେବେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଯେଉଁ କାରଣରୁ ଏହା ପାଳନ ହେବ ନାହିଁ।