୨୦୨୫ରେ କଟକ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ
୨୦୨୫ରେ କଟକ ସହରରେ ଥିବା ୨୧ଟି ଥାନାରେ ମୋଟ ୯ ହଜାର ୧୩୯ଟି ମାମଲା ରୁଜୁ ହୋଇଛି । ଯାହାକି ୨୦୨୪ ମସିହା ତୁଳନାରେ ପ୍ରାୟ ୨ ହଜାର ଅଧିକ ଅଟେ । କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତାକର ବିଷୟ ପାଲଟିଛି ।ଗୁରୁତ୍ୱପୂର୍ଣ୍ଣ ହେଉଛି ସହର ଉପକଣ୍ଠରେ ଥିବା ସଦର, ଚୌଦ୍ୱାର, ଜଗତପୁର ଓ ବାରଙ୍ଗ ଥାନା ଏବେ ମାମଲାର ବୋଝ ତଳେ ଚପିଲା ଭଳି ଲାଗୁଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି କେବଳ ସଦର ଥାନାରେ ଚଳିତ ବର୍ଷ ପ୍ରାୟ ରେକର୍ଡ ସଂଖ୍ୟକ ୧ ହଜାର ମାମଲା ରୁଜୁ ହୋଇଛି । ଯାହାକି ଥାନା ପାଇଁ ଚିନ୍ତା ବଢ଼ାଇଛି ।ଏବେ କଟକରେ ମୋଟ ୨୪ଟି ଥାନା ରହିଛି । ସେଥିମଧ୍ୟରୁ ୧୯ଟି ସାଧାରଣ ଥାନା, ଗୋଟିଏ ମହିଳା ଥାନା, ଗୋଟିଏ ସାଇବର ଥାନା, ଗୋଟିଏ ବିଦ୍ୟୁତ୍ ଥାନା ଓ ଦୁଇଟି ଟ୍ରାଫିକ୍ ଥାନା ଅଛି । ସେଥିମଧ୍ୟରୁ ବିଦ୍ୟୁତ୍ ଥାନା ଏକ ପ୍ରକାର ଅଚଳ ହୋଇଯାଇଛି । ଦୁଇ ଟ୍ରାଫିକ୍ ଥାନାରେ କେସ୍ କରାଯାଏନି । ଏହାକୁ ବାଦ୍ ଦେଲେ ଅନ୍ୟ ୨୧ଟି ଥାନାରେ ଗତ ୨୦୨୪ ମସିହାରେ ମୋଟ୍ ୭ ହଜାର ୨୬୮ଟି ମାମଲା ରୁଜୁ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ୨୧ଟି ଥାନାରେ ୯ ହଜାର ୧୩୯ଟି କେସ୍ ରୁଜୁ ହୋଇଛି ।ତେବେ ହଠାତ୍ କଟକ ସହରରେ ଗୋଟିଏ ବର୍ଷରେ ପ୍ରାୟ ୨ ହଜାର ମାମଲା ରୁଜୁ ହେବା ଚିନ୍ତାଜନକ ବୋଲି ଖୋଦ୍ କିଛି ପୁଲିସ ଅଫିସର ସ୍ୱୀକାର କରିଛନ୍ତି । ଅନ୍ୟପଟେ ଗାଡ଼ି ଯାଞ୍ଚ୍ ନେଇ ରୁଜୁ ହେଉଥିବା କେସ୍, ସାଇବର କେସ୍ ଓ ଅବକାରୀ କେସ୍ ବଢ଼ିବାରୁ ଏହି ସଂଖ୍ୟା ବଢ଼ିଥିବା ପୁଲିସର କିଛି ଅଧିକାରୀ କହୁଛନ୍ତି ।
