୨୦୨୫ର ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଫାତିମା ୱସ

୭୪ତମ ମିସ୍ ୟୁନିଭର୍ସର ଫଳାଫଳ ଘୋଷଣା ହୋଇଛି । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ର ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ଫାତିମା ବୋସ୍‌ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର ଥେଲୱିଗ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ଥାଇଲ୍ୟାଣ୍ଡ ହୋଇଥିଲେ ରନର୍ସଅପ୍ ।ଆରମ୍ଭରୁ ବିବାଦରେ ଘେରି ହୋଇଥିବା ୨୦୨୫ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜବରଦସ୍ତ ଢଙ୍ଗରେ ଶେଷ ହୋଇଛି । ଏହି ବିଶ୍ବ ମଞ୍ଚରେ ଯେତେବେଳେ ଫାତିମାଙ୍କ ନାଁ ଘୋଷଣା କରାଯାଇଥିଲା, ସେ ଥରୁଥିବାର ଦେଖିବାକୁ ମିଳିଥିଲା । ବର୍ଷ ବର୍ଷର ପରିଶ୍ରମ ଆଉ ପ୍ରସ୍ତୁତି ଯେମିତି ଫାତିମାଙ୍କ ପାଇଁ ରଙ୍ଗ ଆଣିଥିଲା । ଏହା ପୂରା ମେକ୍ସିକୋବାସୀଙ୍କ ପାଇଁ ଖୁସିର ସମୟ ଥିଲା ।ଫାତିମା ବୋଶ୍ ଫର୍ଣ୍ଣାଣ୍ଡିଜ୍ ୧୯ ମଇ ୨୦୦୦ ମସିହାରେ ମେକ୍ସିକୋର ତେପାରେ ଜନ୍ମଗ୍ରହଣ କରିଥିଲେ । ସେ ତାବାସ୍କୋର ଭିଲାହେର୍ମୋସାରେ ପାଠପଢ଼ା ଆରମ୍ଭ କରିଥିଲେ। ଏହାପରେ ସେ ୟୁନିଭର୍ସିଡାଡ୍ ଇବେରୋଆମେରିକାନାରେ ଫ୍ୟାଶନ୍ ଡିଜାଇନ୍ କୋର୍ସ କରିଥିଲେ। ତାଙ୍କର ବୟସ ୨୫ ବର୍ଷ । ଉଚ୍ଚତା ୫ ଫୁଟ ୯ ଇଞ୍ଚ। ସେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଥିବା ତବାସ୍କୋର ପ୍ରଥମ ମହିଳା । ତେବେ ଭାରତର ପ୍ରତିନିଧିତ୍ବ କରୁଥିବା ମନିକା ବିଶ୍ବକର୍ମା କିନ୍ତୁ ଟପ୍ ୧୨ ପ୍ରତିଯୋଗୀଙ୍କ ଭିତରୁ ବାଦ୍ ପଡ଼ିଥିଲେ । ବିଭିନ୍ନ ଦେଶର ୧୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ୨୦୨୧ରେ ଭାରତ ଶେଷ ମୁକୁଟ ପାଇଥିଲା । ସେବେଠୁ ପୁଣି ଏକ ମୁକୁଟ ଅପେକ୍ଷାରେ ।