‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’-ଅମିତ ଶାହ

ପଶ୍ଚିମବଙ୍ଗରେ ଶାନ୍ତି ଫେରିବ । ଦୁର୍ନୀତି ହଟିବ । ଖୋଜି ଖୋଜି ବାଂଲାଦେଶୀଙ୍କୁ ଏଠାରୁ ବିଦା କରାଯିବ । କିଛି ଏପରି ଢଙ୍ଗରେ କୋଲକାତାରୁ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହା ଆହୁରି କହିଛନ୍ତି ଯେ ଏପ୍ରିଲରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେ ଗତ ୧୫ ବର୍ଷ ଧରି ଟିଏମସିର ଶାସନକୁ ସମାଲୋଚନା କରି କହିଛନ୍ତି, ଏହି ସମୟ ମଧ୍ୟରେ ବଙ୍ଗଳା ଭୟ, ଦୁର୍ନୀତି ଏବଂ କୁଶାସନ ଦ୍ୱାରା ଶାସିତ ହୋଇଛି, ଯାହା ଫଳରେ ଲୋକମାନେ ଭୟଭୀତ ଏବଂ ଆତଙ୍କିତ ଅନୁଭବ କରୁଛନ୍ତି। ୨୦୨୬ରେ ବେଙ୍ଗଲରେ ଭାଜପା ସରକାର ବୋଲି ଶାହା ନିଶ୍ଚିତ କରିଛନ୍ତି। ଶାହା କହିଛନ୍ତି, ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ।୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ହେବ ସରକାର।