୨୦୨୬ରେ ହେବ ତୃତୀୟ ବିଶ୍ବଯୁଦ୍ଧ-ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
ଏବେ ଏଭଳି ଏକ ଭବିଷ୍ୟବାଣୀ ବିଷୟରେ ଜଣାପଡ଼ିଛି, ଯାହା ଡରାଇବ ନିଶ୍ଚୟ। ପ୍ରସିଦ୍ଧ ବୁଲଗେରିଆନ୍ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୬କୁ ନେଇ କରିଥିବା ଭବିଷ୍ୟବାଣୀ ଏବେ ବିଶ୍ବ ପାଇଁ ଚିନ୍ତା ପାଲଟିଛି।କୁହାଯାଏ ଯେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପ୍ରାୟତଃ ସତ ହୋଇ ଆସୁଛି। ତେଣୁ, ଯଦି ସେ ଏକ ରକ୍ତାକ୍ତ କିମ୍ବା ହିଂସାତ୍ମକ ଭବିଷ୍ୟତର ଭବିଷ୍ୟବାଣୀ କରନ୍ତି, ତେବେ ସେଗୁଡ଼ିକୁ ଗମ୍ଭୀରତାର ସହ ନିଆଯାଇଥାଏ। ବାବା ଭେଙ୍ଗା ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ “ବାଲ୍କନର ନୋସ୍ତ୍ରୋଦମସ୍” ଭାବରେ ଜଣାଶୁଣା। ଏହି ରହସ୍ୟବାଦୀ ବାଲ୍ୟକାଳରେ ଦୃଷ୍ଟିଶକ୍ତି ହରାଇଥିବା ବିଶ୍ୱାସ କରାଯାଏ। ୧୯୯୬ ମସିହାରେ ତାଙ୍କ ମୃତ୍ୟୁ ସତ୍ତ୍ୱେ, ଭେଙ୍ଗାଙ୍କ ନାମ ତାଙ୍କ ଭବିଷ୍ୟବାଣୀ ପାଇଁ ବେଶ ଚର୍ଚ୍ଚିତ। ସେ ଆମେରିକାରେ ୯ /୧୧ ଆକ୍ରମଣ ଏବଂ ୨୦୧୨ ରେ ବ୍ରିଟେନରେ ଭୟଙ୍କର ବନ୍ୟା ବିଷୟରେ ସଠିକ୍ ଭାବରେ ଭବିଷ୍ୟବାଣୀ କରିଥିଲେ ବୋଲି ଜଣାପଡିଛି।ଭାଙ୍ଗାଙ୍କ ସବୁଠାରୁ ଚାଞ୍ଚଲ୍ୟକର ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ହେଲା ତୃତୀୟ ବିଶ୍ୱଯୁଦ୍ଧ। ସେ ଭବିଷ୍ୟବାଣୀ କରିଥିଲେ ଯେ, ୨୦୨୬ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ। ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ ଏବଂ ଚୀନ ତାଇୱାନକୁ ଦଖଲ କରିବାକୁ ଯଥାସମ୍ଭବ ପ୍ରୟାସ କରିବ। ୨୦୨୬ ମସିହାରେ ରୁଷ ଏବଂ ଆମେରିକା ମଧ୍ୟରେ ସିଧାସଳଖ ମୁକାବିଲା ହେବ, ଯାହା ତୃତୀୟ ବିଶ୍ୱଯୁଦ୍ଧକୁ ତ୍ୱରାନ୍ୱିତ କରିବ।
