୨୦୨୬ ରଥଯାତ୍ରା ଲାଗି ଆରମ୍ଭ ହେଲା ପ୍ରାରମ୍ଭିକ ପ୍ରସ୍ତୁତି
ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଆସନ୍ତା ସରସ୍ବତୀ ପୂଜାରେ ଅନୁକୂଳ ହେବ ରଥକାଠ । ରଥକାଠ ଚିହ୍ନଟ ପାଇଁ ଆଜି(ସୋମବାର) ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ବାବଧାରକ ଚିତ୍ତରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି ।ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇସର୍ଦ୍ଦାର ରବିଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ ବନଖଣ୍ଡ ଅନ୍ତର୍ଗତ ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି ଆସନ୍ତାକାଲି ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ ପୁଜାର୍ଚ୍ଚନା ଆଦି କରାଯିବ। ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ । ରଥ ନିର୍ମାଣ ପାଇଁ ମୋଟ ୮୬୫ କାଠର ଆବଶ୍ୟକତା ରହିଛି । ୪୭ ଖଣ୍ଡ କାଠ ପୂର୍ବବର୍ଷର ବଳକା ରହିଥିବା ବେଳେ ମୋଟ ୮୧୮ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠ ଆବଶ୍ୟକତା ରହିଛି । ତେବେ ଆସନ୍ତା ସରସ୍ୱତୀ ପୂଜାରେ ରଥକାଠ ଅନୁକୂଳ ହେବାସହ ଆସନ୍ତା ଅକ୍ଷୟ ତୃତୀୟାରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
