୨୦୫୦ରେ ଭାରତରେ ଦେଖା ଦେବ ଖାଦ୍ୟ ସଙ୍କଟ

 ୨୦୫୦ରେ ପ୍ରଭାବିତ ହେବେ ଦେଶର ଅର୍ଦ୍ଧେକ ଜନସଂଖ୍ୟା। ଜଳବାୟୁ ପରିବର୍ତ୍ତନର ପ୍ରଭାବ କାରଣରୁ ବହୁତ ଶୀଘ୍ର ଦୁନିଆର ଅନେକ ଦେଶରେ ଖାଦ୍ୟ ସଙ୍କଟ ସ୍ଥିତି ଦେଖା ଦେଇପାରେ। । ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ଏବଂ ଖାଦ୍ୟର ସ୍ଥିତିକୁ ନେଇ ଜଣାପଡ଼ିଛି ଯେ, ଜଳ ଏବଂ ଉତ୍ତାପ ଚାପ (ଭାରତରେ ଖାଦ୍ୟ ସୁରକ୍ଷା) କାରଣରୁ ୨୦୫୦ରେ ଭାରତ ଖାଦ୍ୟ ଯୋଗାଣରେ ୧୬%ରୁ ଅଧିକ ଅଭାବର ସମ୍ମୁଖୀନ ହେବ। ଖାଦ୍ୟ ଅସୁରକ୍ଷିତ ଜନସଂଖ୍ୟାରେ ୫୦%ରୁ ଅଧିକ ବୃଦ୍ଧି ଘଟିବ। ଚୀନ ଶୀର୍ଷରେ ରହିଛି।

ଆମର ଏହି ପଡୋଶୀ ଦେଶରେ ଖାଦ୍ୟ ଯୋଗାଣାରେ ୨୨.୪ ପ୍ରତିଶତ ଅଭାବ, ଦକ୍ଷିଣ ଆମେରିକାରେ ୧୯.୪ ପ୍ରତିଶତ ଅଭାବ ଦେଖିବାକୁ ମିଳିପାରେ।ଚାଇନା ଏବଂ ଏସିଆନ ସଦସ୍ୟଙ୍କ ସମେତ ଅନେକ ଏସୀୟ ଦେଶ ୨୦୫୦ ସୁଦ୍ଧା ନିଟ୍‌ ଖାଦ୍ୟ ଆମଦାନୀକାରୀ ହେବେ। ଜଳ ଚାପର ଅର୍ଥ ହେଉଛି, ଉତ୍ସଗୁଡ଼ିକ ହ୍ରାସ ପାଉଥିବାବେଳେ ବିଶୁଦ୍ଧ କିମ୍ବା ବ୍ୟବହାର ଯୋଗ୍ୟ ଜଳର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

୨୦୧୯ରେ ଜଳ ସଙ୍କଟର ସମ୍ମୁଖୀନ ହେବାରେ ଭାରତ ବିଶ୍ୱରେ ୧୩ ତମ ସ୍ଥାନରେ ଥିଲା।୨୦୧୯ରେ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶମାନଙ୍କ ତାଲିକାରେ ଭାରତ ବିଶ୍ଵସ୍ତରରେ ୧୩ତମ ସ୍ଥାନରେ ରହିଛି।ଭାରତରେ ଜଳ ଯୋଗାଣର ଉପଲବ୍ଧତା ୧୧୦୦-୧୧୯୭ ବିଲିୟନ କ୍ୟୁବିକ୍ ମିଟର ମଧ୍ୟରେ ରହିଛି। ଏହାର ବିପରୀତ ୨୦୧୦ରେ ଏହା ହ୍ରାସ ପାଇ  ୫୫୦-୭୧୦  ବିଲିୟନ କ୍ୟୁବିକରୁ ୨୦୫୦ରେ ପାଖାପାଖି ୯୦୦ରୁ ୧୪୦୦ ବିଲିୟନ କ୍ୟୁବିକ୍ ପର୍ଯ୍ୟନ୍ତ ରହିବାର ଆଶା ରହିଛି। ଭାରତ ଖରାପ ଜଳନୀତି ଡିଜାଇନ କାରଣରୁ ଏମିତି ସ୍ଥିତି ଉପୁଜିପାରେ।