୨୩ ଓ ୨୪ ଦୁଇ ଦିନ ଧରି ଓଡ଼ିଶାରେ ରହିବେ ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୩ ଓ ୨୪ ଦୁଇ ଦିନ ଧରି ଓଡ଼ିଶାରେ ରହିବେ । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୋପବନ୍ଧୁ ଆୟୁର୍ବେଦ କଲେଜ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଦୀର୍ଘ ୭୫ବର୍ଷ ମଧ୍ୟରେ ଏହି କଲେଜରୁ ଆୟୁର୍ବେଦରେ ଡାକ୍ତରୀ ଶିକ୍ଷା ଶେଷ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।କାର୍ଯ୍ୟସୂଚୀ ଅନୁଯାୟୀ, ୨୩ରେ ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଆସିବେ । ସେଠାରେ ନିଜ ଘରେ ରାତ୍ରୀଯାପନ କରିବେ । ୨୪ ତାରିଖରେ ମୟୂରଭଞ୍ଜ ଏୟାରପୋର୍ଟରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତ୍ରୀ ଉତ୍ସବରେ ମୁଖ୍ୟ ଅତିତି ଭାବେ ଯୋଗଦେବ ।