୨୫ତମ ରାଜଧାନୀ ପୁସ୍ତକ ମେଳା ଅନୁଷ୍ଠିତ ହେବ
୨୫ତମ ରାଜଧାନୀ ପୁସ୍ତକ ମେଳା ନଭେମ୍ବର ୧୪ରୁ ୨୩ ତାରିଖ ପର୍ଯ୍ୟନ୍ତ ଶହୀଦ ନଗର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟର ୧୨ଟି ବିଭାଗ(ପ୍ରବନ୍ଧ, ଉପନ୍ୟାସ, କ୍ଷୁଦ୍ରଗଳ୍ପ, କାବ୍ୟ-କବିତା, ଅନୁବାଦ, ନାଟକ, ବିଜ୍ଞାନ ସାହିତ୍ୟ, ଧର୍ମ ସାହିତ୍ୟ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ବ୍ୟଙ୍ଗସାହିତ୍ୟ ଓ ଶିଶୁ ସାହିତ୍ୟରେ ୨୦୨୩ ଜାନୁଆରୀରୁ ୨୦୨୫ ନଭେମ୍ବର ମଧ୍ୟରେ ପ୍ରକାଶିତ ପୁସ୍ତକ ଗୁଡ଼ିକୁ ବିଚାରକୁ ନିଆଯାଇ ସର୍ବଶ୍ରେଷ୍ଠ ପୁସ୍ତକକୁ ପୁରସ୍କାର ପ୍ରଦାନ କରାଯିବ । ଯେଉଁ ଲେଖକ ଓ ପ୍ରକାଶକ ପୁସ୍ତକର ୩ଖଣ୍ଡ କପି ସହିତ ପୁସ୍ତକର ବିଭାଗ, ପ୍ରକାଶନ ବର୍ଷ ଲେଖକଙ୍କ ସଂକ୍ଷିପ୍ତ ପରିଚୟ ଓ ଯୋଗାଯୋଗ ଠିକଣା ସହ ଅକ୍ଟୋବର ୩୧ ସୁଦ୍ଧା ପଠାଇବା ପାଇଁ କୁହାଯାଇଛି ।
