୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆସିଷ୍ଟାଣ୍ଟ ଟାକ୍ସ କମିସନର

ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ଭୁବନେଶ୍ୱର-IV ସର୍କଲରେ କାର୍ଯ୍ୟରତ ସରିତା ଜଣେ ବେକେରି ମାଲିକଙ୍କଠାରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ପ୍ରତ୍ୟାବର୍ତ୍ତନ ଏବଂ ଜରିମାନା ମାଫ କରିବା ପାଇଁ ଏହି ଲାଞ୍ଚ ମାଗିଥିଲେ।

ବେକେରି ମାଲିକଙ୍କୁ ସରିତା ୨,୨୭,୧୪୭ ଟଙ୍କାର ଜରିମାନା ଓ ଟିକସ ପରିଶୋଧ ପାଇଁ ନୋଟିସ ଜାରି କରିଥିଲେ। ଏହା ଜାଣି ମାଲିକ ସରିତାଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ସେ ଜରିମାନା ମାଫ ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ମାଲିକ ଭିଜିଲାନ୍ସକୁ ଅଭିଯୋଗ କରିଥିଲେ।ଶ୍ରୀମତୀ ବାରିକଙ୍କୁ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଟଙ୍କା ଜବତ ହୋଇଥିଲା।ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୧୮ (୨୬.୦୮.୨୦୨୫) ଅନ୍ତର୍ଗତ ଦଫା ୭ ପିସି (ସଂଶୋଧନ) ଆଇନ, ୨୦୧୮ରେ ରୁଜୁ ହୋଇଛି। ତଦନ୍ତ ଜାରି ରହିଛି।