୨୬/୧୧ ମୁମ୍ବାଇ ଆକ୍ରମଣ
୨୬/୧୧ ଟେରର ଆକ୍ରମଣ । ଦୀର୍ଘ ୧୭ ବର୍ଷ ତଳେ ଆଜିର ଦିନରେ ମୁମ୍ବାଇରେ ଆତଙ୍କବାଦୀ ରଚିଥିଲେ ତାଣ୍ଡବ । ମୁମ୍ବାଇର ଛାତି ଥରାଇ ଦେଇଥିଲେ ୧୦ ଆତଙ୍କବାଦୀ । ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ । ଏହି ଆକ୍ରମଣରେ ୧୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରଣର ମାଷ୍ଟର ମାଇଣ୍ଡ ୨୧ ବର୍ଷୀୟ ପାକିସ୍ତାନୀ ଆତଙ୍କବାଦୀ ଅଜମଲ ଅମୀର କସବଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ ।
ଟେରର ଆଟାକ ବେଳେ ୮୦ ଲୋକଙ୍କୁ କସାବ ହତ୍ୟା କରିଥିବା ପ୍ରମାଣିତ ହେବା ପରେ ତାକୁ ଫାଶି ଦଣ୍ଡ ଶୁଣାଇଥିଲେ ବମ୍ବେ ହାଇକୋର୍ଟ । ୨୧ ନଭେମ୍ବର ୨୦୧୨ରେ କସାବକୁ ୟେରଓ୍ବାଡା ସେଣ୍ଟ୍ରାଲ ଜେଲରେ ଫାଶି ଦିଆଯାଇଥିଲା ।୪ ଦିନ ଧରି ରକ୍ତର ଖେଳ, ଗୁଳିଗୋଳା ମାଡ, ବୋମା ବିସ୍ଫୋରଣରେ ଥରି ଉଠିଥିଲା ମାୟାନଗରୀ । ସାଉଥ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍, ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ । ମୁମ୍ବାଇ ପୋର୍ଟ ଏରିଆରେ ଓ ଭାଇଲ ପାରଲେଠାରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ ।ସବୁ ଘଟଣାର ସାକ୍ଷୀ ଥିଲା ୯ ବର୍ଷର ଝିଅ ଦେବୀକା ରୋତାୱନ । ଆଜିକି ଦେବୀକା ସେଦିନର ଘଟଣାକୁ ପାସୋରିପାରି ନାହାନ୍ତି । ଘଟଣାଦିନ ଦେବୀକା ସିଏସଏମଟିରେ ତାଙ୍କ ଭାଇ ଓ ବାପାଙ୍କ ସହ ଥିଲେ । ସେଠାରୁ ସେମାନଙ୍କୁ ପୁଣେ ଯିବାର ଥିଲା । ଘଟଣାସ୍ଥଳରେ ହଠାତ୍ ବିସ୍ଫୋରଣ ଏବଂ ଗୁଳି ଫିଟିବାର ଶବ୍ଦ ଏକକାଳୀନ ଶୁଣାଯାଇଥିଲା । ଏଥିରେ ଦେବୀକାଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା । ସେଠାରୁ ତାଙ୍କ ଚିକିତ୍ସା ପାଇଁ ଜର୍ଜସ ହସ୍ପିଟାଲ ନିଆଯାଇଥିଲା । ହୁଏତ ଆଜି ତାଙ୍କ ଶରୀରରୁ ଗୁଳିର ଦାଗ ଲିଭି ସାରିଥିବ କିନ୍ତୁ ତାଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭିନି ।
