୨ ଡିସେମ୍ବର ୧୯୮୪ ର ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗ୍ୟାସ ଦୁର୍ଘଟଣା 

୧୯୮୪ ଡିସେମ୍ବର ୩ ତାରିଖ ରାତିରେ ଭୋପାଳ ସ୍ଥିତ ୟୁନିଅନ କାର୍ବାଇଡ୍ କମ୍ପାନୀ(ବର୍ତ୍ତମାନ ଡୋ କେମିକାଲ୍ସ)ରୁ ବିଷାକ୍ତ ମିଥାଇଲ ଆଇସୋସାଇନେଟ୍ ଗ୍ୟାସ୍ ଲିକ୍ ହୋଇ ଚାରିଆଡେ ବ୍ୟାପିଥିଲା। ରାତିରେ ଏହି ଘଟଣା ଘଟିଥିବାରୁ ଅଧିକାଂଶ ଲୋକେ ଗଭୀର ନିଦରେ ଶୋଇଥିଲେ ଏବଂ ଶୋଇଥିବା ଅବସ୍ଥାରେ ହିଁ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ପାଖାପାଖି ୧୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

 ଏହା ସହିତ ପ୍ରାୟ ପାଞ୍ଚ ଲକ୍ଷ ଲୋକଙ୍କ ଠାରେ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି କରିଥିଲା, ଯାହାର ପରିଣାମ ସେମାନେ ଏବେ ମଧ୍ୟ ଭୋଗୁଛନ୍ତି। କେବଳ ଏତିକି ନୁହେଁ, ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ଲୋକଙ୍କୁ ଏହି ଦୁର୍ଘଟଣାର ଶିକାର ହେବାକୁ ପଡିଛି। ପରବର୍ତ୍ତୀ ପିଢ଼ିରେ ଜନ୍ମ ହୋଇଥିବା ଅନେକ ପିଲାଙ୍କଠାରେ ଜନ୍ମରୁ ବିଭିନ୍ନ ଶାରୀରିକ ସମସ୍ୟା ରହିଥିବା ଜଣାପଡିଛି।