୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ ପୁରୀର ସମସ୍ତ ଅଫିସର୍‌ଙ୍କ ଛୁଟି ବାତିଲ

ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ପଟ ସିସିଟିଭି ନଜରରେ ରହିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପ୍ରତୀକ ସିଂ । ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ଶଋଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା ରହିଛି ।୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ ପୁରୀର ସମସ୍ତ ଅଫିସର୍ ଙ୍କ ଛୁଟି ବାତିଲ ହୋଇଛି । ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ତେବେ ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର । ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।