୩୦ ହଜାର ରାସନ କାର୍ଡ କଟିଲାଣି: ଯୋଗାଣ ମନ୍ତ୍ରୀ

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । କହିଛନ୍ତି, ରାଜ୍ୟରେ ୩୦ ହଜାର ୧୨୫ ଜଣଙ୍କ ରାସନ କାର୍ଡ କଟିଲାଣି । ଇକେୱାଇସିରେ ବାଦ ପଡିଲେଣି ୧ ଲକ୍ଷ ୯ ହଜାର ୮୫୩ ଜଣ । ୬ ଲକ୍ଷ ୩୮ ହଜାର ୯୯୬ ମୃତକ ପାଇଥିଲେ ରାସନ କାର୍ଡ । ୩ଲକ୍ଷ ୮୭ ହଜାର ୮୧୯ ନୂଆ ହିତାଧିକାରୀ ଯୋଜନାରେ ସାମିଲ ଅଛନ୍ତି । ଅଯୋଗ୍ୟଙ୍କୁ ବାଦ ଦେଇ ନୂଆଙ୍କୁ ସାମିଲ କରୁଛନ୍ତି ସରକାର । ତେବେ ପ୍ରଧାନମନ୍ତ୍ରୀ ଗରିବା କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲକ୍ଷେ ୮୦ ହଜାର ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ହେଲେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଲାଗି ସରକାର ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।