୩୯ ଅଭିଯୋଗର ଶୁଣାଣି କଲେ ଉପ ଜିଲ୍ଲାପାଳ
ଗଣିଆ (ବିଶ୍ୱରଂଜନ ସେଠି) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୩୯ଟି ଅଭିଯୋଗ ପଞିକୃତ ହୋଇଥିଲା । ଉପଜିଲାପାଳ କର୍ନଦେବ ସମାଦ୍ଧାର, ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ୩୯ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ୨୨ଗୋଟି ବ୍ୟକ୍ତିଗତ ଓ ସାମୁହିକ ୧୩ଗୋଟି ଅଭିଯୋଗ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡପାଇଁ ୪ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ଆଦର୍ଶ ବିଦ୍ୟାଳୟରେ ଗ୍ରୁପ ମାଧ୍ୟମରେ ରାତ୍ରୀ ଜଗୁଆଳ ଓ ଝାଡ଼ୁଦାର ନିଯୁକ୍ତି ପାଇଁ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ, କେନ୍ଦୁଆବିଡ଼ାର ମହିଳାମାନେ ଉପଜିଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଆଦିବାସୀ ଅଧ୍ୟୁଷିତ ବଡ଼ସିଲିଙ୍ଗା ପଂଚାୟତର ଡୁଇସିଙ୍ଗ, ବାଙ୍କଝରୀ, ଡୁମୁଡୁମା, ଢିପିସାହି, ଗେରେଗେଡ଼ି, ଓସାମସ୍କା, ଶେକେଟାପଲ୍ଲୀଆଦି ୭ଗୋଟି ଗ୍ରାମର ଗ୍ରାମବାସୀମାନେ ବସାଗଣ୍ଡଠାରେ ଏକ ସରକାରଙ୍କ ଦ୍ୱାରା ଏକ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇର୍ ଅର୍ଥ ମଂଜୁର ହୋଇଛି । କିନ୍ତୁ ଜାଗା ନିରୁପଣ ହୋଇପାରୁନଥିବାରୁ ନିର୍ମାଣ କାର୍ଯ୍ୟ ହୋଇପାରୁ ନଥିବାରୁ ସ୍ଥାନୀୟ ଅଧିବାସୀମାନେ ଖରା ବର୍ଷା ଶୀତରେ ବସ ରହଣିସ୍ଥଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଗଣିଆ ଗ୍ରାମ ପଂଚାୟତର ସରପଂଚ ଗିରିଧାରୀ ସେଠୀ ଗଣିଆ ପଂଚାୟତରେ ଥିବା ସର୍ବସାଧାରଣ ଗ୍ରାମ୍ୟ ରାସ୍ତା, ଦଣ୍ଡା ରାସ୍ତା, ଗୋଚର, ଶ୍ମସାନ ଓ ନଦୀକୂଳ ବଗାୟତ ଜମିକୁ ଦଖଲ କରିଥିବା ଜାଗାକୁ ଚିହ୍ନଟ କରିବା ପାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଗଣିଆରେ ଶ୍ରମ ବିଭାଗର ଏକ କାର୍ଯ୍ୟାଳୟ ଖୋଲିବା ପାଇର୍ ସରପଂଚ ଗିରିଧାରୀ ସେଠୀ ଅନୁରୋଧ କରିଥିଲେ । କିଶୋରପ୍ରସାଦ ପଂଚାୟତରେ ଦୀର୍ଘ ୭ମାସ ହେବ ୪୦ଗୋଟି ଷ୍ଟ୍ରିଟ ଲାଇଟରୁ ୨୭ଗୋଟି ଖରାପ ହୋଇଥିବାବେଳେ ତାର ୱାରେଂଟି ଥିଲେମଧ୍ୟ ବାରମ୍ବାର ଫୋନ ଓ ମେସେଜ କଲେ ବି କେହି ସଜାଡ଼ିବାକୁ ଆସୁନାହିାଁନ୍ତି ବୋଲି ସରପଂଚ ଗୀତାରାଣୀ ବେହେରା ଅଭିଯୋଗ କରିଥିଲେ । ସାମାଜିକ ସୁରକ୍ଷା ତରଫରୁ ସ୍ୱାବଲମ୍ବୀ ହେବା ପାଇଁ କଳାଶିମିଳି ଗ୍ରାମର ପ୍ରତାପ କୁମାର ବେହେରାଙ୍କୁ ଡିଜିଟାଲ ଓଜନ ମେସିନ, ୫କିଲୋ ଗ୍ୟାସ ଟାଙ୍କି, ସସପେନ୍ସ, କେଟିଲ, ଯୋଗାଇ ଦେଇଥିବାବେଳେ ଗଣିଆ ଗ୍ରାମର ଶ୍ରିନିବାସ ସାହୁଙ୍କୁ ଗୋଟିଏ ଫ୍ରିଜ ଓ ଡଙ୍କାରିସାହି ଗ୍ରାମର ମାନସ କୁମାର ମାଟିଙ୍କୁ ଗାଡ଼ିମଟରର ପମ୍ପଦିଆ ମେସିନ, ନୂଆପଡ଼ାର ଚନ୍ଦ୍ରକାନ୍ତ ପଟନାୟକଙ୍କୁ ମାଟିଚକଟା ମେସିନ, ବସନ୍ତପୁର ଗ୍ରାମର ଜ୍ୟୋତିରଂଜନ ବାରିକଙ୍କୁ ଗୋଟିଏ ଅଲ ଇନ ୱାନ ପ୍ରିଂଟର ମେସନ ପ୍ରଦାନ କରାଯାଇଛି । ଏହି ଶିବିରରେ ପିି.ଡି ଲଗ୍ନଜିତ ରାଉତ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଖଣ୍ଡପଡା ଏସଡିପିଓ ମଦନ ମୋହନ ପ୍ରଧାନ, ଏଡିଏମ ପୁଷ୍ପ ଲିଳିମା ଲାକ୍ରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ପ୍ରିତିବାଳା ରଣା, ଉପାଧ୍ୟକ୍ଷ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।
