୩ ପିକଅପ ଭ୍ୟାନ ସହିତ ୨୧ ଗୋରୁ ଉଦ୍ଧାର, ଜଣେ କୋର୍ଟ ଚାଲାଣ, ୪ଫେରାର
ଗଣିଆ (ବିଶ୍ୱରଂଜନ ସେଠି) ଗୁରୁବାର ୩ପିକଅପ ଭ୍ୟାନ ସହିତ ୨୧ଗୋରୁଙ୍କୁ ଉଦ୍ଧାର କରିଛି ଗଣିଆ ପୋଲିସ । ମିଳିଥିବା ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରୀରେ ରାସଙ୍ଗ ପଂଚାୟତ ଅନ୍ତର୍ଗତ ଡଙ୍କାରିସାହିଠାରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କ ନେତୃତ୍ୱରେ ଏସଆଇ ଶ୍ୟାମସୁନ୍ଦର ପ୍ରଧାନଙ୍କ ସମେତ ଗଣିଆ ପୋଲିସ ଘଟଣାସ୍ଥଳରେ ପଂହଚିବାବେଳକୁ ୨ଗୋଟି ପିକଅପ ଭ୍ୟାନରେ ଗୋରୁ ଲୋଡ଼ କରାଯାଉଥିଲା । ପୋଲିସ ଗାଡ଼ିକୁ ଦେଖି ଲୋଡ଼ କରୁଥିବା ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣକୁ କାବୁ କରି ନେଇ ଗଣିଆ ଥାନାକୁ ଆଣିଥିଲେ । ତେବେ ଘଟଣାସ୍ଥଳରୁ ୨୧ଗୋଟି ଗୋରୁ ସମେତ ୨ଗୋଟି ପିକଭ୍ୟାନ ଓ ଗୋଟିଏ ବୋଲେରୋ ଗାଡ଼ିକୁ ଜବତ କରି ଗଣିଆ ଥାନାକୁ ଆଣିଥିଲେ । ଜବତ ହୋଇଥିବା ଗୋରୁଙ୍କୁ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଶିଙ୍ଗିବାଡ଼ି ଗୋଶାଳାରେ ଛାଡ଼ି ଥିବା ସହିତ ଗିରଫ କରିଥିବା ସୁଶାନ୍ତ କୁମାର ପଣ୍ଡାଙ୍କୁ ଥାନାରେ ଅଧିକ ପଚରା ଉଚୁରା କରାଯିବା ପରେ୩୭/୨୬ରେ ଏକ ମାମଲା ରୁଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ଓ ଫେରାରଥିବା ଅନ୍ୟ ୪ଜଣଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ଛତ୍ରିଆ କହିଛନ୍ତି । ତେବେ ସରକାରଙ୍କ ତରଫରୁ ଗୋ ଚାଲାଣକୁ ନେଇ ସଚେତନ କରାଯାଉଥିବାବେଳେ ଏବେ ବି କିଛି ଅସାମାଜିକ ବ୍ୟକ୍ତି ଗୋ ଚାଲାଣ କରୁଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
