୪ଦିନ କାଳବୈଶାଖୀ ଆଶଙ୍କା ।ସପ୍ତାହେ ଯାଏଁ ବଢିବନି ତାତି

୪ଦିନ କାଳବୈଶାଖୀ ଆଶଙ୍କା । ଆଜି ବିଜୁଳି ଘଡ଼ଘଡ଼ି ପାଇଁ ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିରୁ କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପବନ ଏବଂ ବଜ୍ରପାତ ଆଶଙ୍କା ରହିଛି । ଆଉ କେତେକ ସ୍ଥାନରେ ୩୦ରୁ ୪୦ କିମି ପବନ ହୋଇପାରେ।ଆଗାମୀ ଦୁଇ ଘଣ୍ଟା ପାଇଁ ବରଗଡ଼ ଓ ନୂଆପଡ଼ା ଜିଲ୍ଲା କୁ ରହିଥିଲା ୟେଲୋ ସତର୍କତା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଆଶଂକା ରହିଥିଲା ।