୪ବର୍ଷର ଝିଅକୁ ବାର୍ଡ ଫ୍ଲୁ: ସତର୍କ କଲା WHO

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଆତଙ୍କ ଖେଳାଇଛି ବାର୍ଡ-ଫ୍ଲୁ। ପୂର୍ବରୁ ଆମେରିକାରେ ମଣିଷ ଦେହରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଏବେ ଭାରତରେ ଚଳିତ ବର୍ଷର ଏହା ପ୍ରଥମ ମାମଲା ବୋଲି ସୂଚନା ମିଳିଛି।ପଶ୍ଚିମବଙ୍ଗର ଏକ ୪ ବର୍ଷର ଝିଅ ବାର୍ଡ-ଫ୍ଲୁ ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ‘ହୁ’ ସୂଚନା ଦେଇଛି । ସୂଚନା ଥାଉକି, ଭାଇରସରେ ଆକ୍ରାନ୍ତ ଝଅଟିର ଲଗାତାର ଶ୍ୱାସକ୍ରିୟା ସମସ୍ୟା, ପ୍ରବଳ ଜ୍ୱର ଏବଂ ପେଟ ଯନ୍ତ୍ରଣା ହୋଇଥିଲା । ସଂଗେ ସଂଗେ କୁନି ଝିଅଟିକୁ ସ୍ଥାନୀୟ ଡାକ୍ତରଖାନାରେ ଏନ୍‌ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାର ତିନି ମାସ ପରେ ତାକୁ ଡିସଚାର୍ଜ କରାଯାଇଛି । ତା’ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଅଛି।

କହିବାକୁ ଗଲେ କୁନି ଝିଅଟିର ଘରେ ଓ ଆଖପାଖରେ କୁକୁଡ଼ା ରଖାଯାଇଥିଲା । କୁକୁଡ଼ାଙ୍କ ଠାରୁ ହିଁ ସେ ବାର୍ଡ-ଫ୍ଲୁରେ ସଂକ୍ରମିତ ହୋଇଛି। ତେବେ ତାଙ୍କ ପରିବାରରେ କିମ୍ବା ଅନ୍ୟମାନଙ୍କ ଠାରେ କୌଣସି ଶ୍ୱାସ ରୋଗର ଲକ୍ଷଣ ଦେଖାଯାଇ ନାହିଁ। ଏହା ହେଉଛି ଭାରତରେ H9N2 ବାର୍ଡ-ଫ୍ଲୁର ଦ୍ୱିତୀୟ ମାନବ ସଂକ୍ରମଣ।