୪୮ ଅଭିଯୋଗର ଶୁଣାଣି କଲେ ଜିଲ୍ଲାପାଳ

ଗଣିଆ (ବିଶ୍ଵରଞ୍ଜନ ସେଠି) ସୋମବାର ଗଣିଆ ବ୍ଲକରେ ନୟାଗଡ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳଙ୍କ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୪୮ଟି ଅଭିଯୋଗ ପଞିକୃତ ହୋଇଥିଲା । ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଏହି ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୁଦାୟ ୪୮ ଗୋଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ୪୨ଗୋଟି ବ୍ୟକ୍ତିଗତ ଓ ସାମୁହିକ ୬ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯେ।।ଜନା, ଖାଦ୍ୟ ସୁରକ୍ଷା ଯୋଜନା, କଳାକାର ଭତା, ପାନୀୟ ଜଳ, ଷ୍ଟ୍ରିଟ ଲାଇଟ ଓ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ସମ୍ପର୍କିତ ଅଭିଯୋଗ କରାଯାଇଥିଲା । ବିଶେଷକରି ବେଲପଡ଼ା ପଂଚାୟତର ବିଜୟନଗର ଗ୍ରାମରେ ଅଙ୍ଗନୱାଡ଼ି ଗୃହ ନିର୍ମାଣ, ପାନୀୟ ଜଳ ସମସ୍ୟା, ବସଷ୍ଟାଣ୍ଡ ନିର୍ମାଣ ଓ ସରକାରୀ ଜମିରୁ ଜବରଦଖଲ ଉଛେଦ ନେଇ ବିଜୟନଗର ଗ୍ରାମର ବାଙ୍କ ବିହାରୀ ରାଉତ ଅଭିଯୋଗ କରିଥିଲେ ।, ତଇଳା ଗ୍ରାମରେ ଥିବା ସୋଲାର ପାଣିଟାଙ୍କିର ପରିବର୍ତନ ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ବଡ଼ସିଲିଙ୍ଗା ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଡାଇନିଙ୍ଗ ହଲ ନିର୍ମାାଣ ପାଇର୍ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏହି ଶିବିରରେ ଉପଜିଲ୍ଲାପାଳ କର୍ନଦେବ ସମାଦ୍ଧାର, ପିି.ଡି ଲଗ୍ନଜିତ ରାଉତ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ତହସିଲଦାର ଐଶ୍ଚର୍ଯ୍ୟା କ୍ୟୁସେଠ, ବିଡିଓ ଅଙ୍କୁର ଅଭିଳାଷ, ଉପାଧ୍ୟକ୍ଷ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଶିବିରରେ ବ୍ଲକର ସମସ୍ତ ଜନପ୍ରତିନିଧି, ରାଜସ୍ୱ, ଶିକ୍ଷା, ସ୍ୱାସ୍ଥ୍ୟ, ଶ୍ରମ, ଜଙ୍ଗଲ, କୃଷି, ଉଦ୍ୟାନକୃଷି, ଜଳ ଓ ପରିମଳ, ମହିଳା ଓ ଶିଶୁ ବିକାଶ, ପ୍ରାଣୀସମ୍ପଦ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ ।