୪୮ ଘଣ୍ଟା ମଧ୍ୟରେ ଆପରାଧିକ ତଥ୍ୟ ପ୍ରକାଶ କରନ୍ତୁ ପ୍ରାର୍ଥୀ: ନିର୍ବାଚନ କମିଶନର

ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର (EC) ପ୍ରାର୍ଥୀଙ୍କୁ ଶୁକ୍ରବାର ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି(୭)ରେ ଅପରାଧିକ ତଥ୍ୟ ପ୍ରକାଶ କରିବେ । ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮(ସି) ଏବଂ ଫର୍ମ-ସି(୭)ର ନକଲ ସଂଲଗ୍ନ କରି ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇବେ । ଏଥିସହିତ ୨୦ ଅକ୍ଟୋବର ୨୦୨୫ ଅର୍ଥାତ୍ ସୋମବାର ସୁଦ୍ଧା ଫର୍ମାଟ-ସି(ଏ)କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭(ଏ)କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ଉପରୋକ୍ତ ସମସ୍ତ ଦସ୍ତାବିଜ୍‌ camc-eci@eci.gov.in ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।