୪ ଦିନ ହେବ ମହିଳା ନିଖୋଜ ।ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସର ତଦନ୍ତ କୁ ନେଇ ସନ୍ଦେହ ।

କୋଣାର୍କ:-21/08/2025 :-ଗତ ଚାରି ଦିନ ହେଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ଅଂଚଳରୁ ଜଣେ ମହିଳା ନିଖୋଜ ଥିବା ବେଳେ ମହିଳା ଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ତାଙ୍କ ଭଉଣୀ କୁ ତାଙ୍କ ଭିଣେଇ ହତ୍ୟା କରି ଲୁଚାଇଥିବା ଲିଖିତ ଅଭିଯୋଗ କରିଛନ୍ତି।ଅସ୍ତରଙ୍ଗ ପୋଲିସ ଭିଣେଇ ଙ୍କୁ ଡାକି ତଦନ୍ତ ନ କରି ଛାଡିଥିବା ବେଳେ ଏବେ ପୋଲିସ ଉପରେ ସନ୍ଦେହ କରିଛନ୍ତି ଝିଅର ପରିବାର। ସୂଚନା ମୁତାବକ ଦୀର୍ଘ ବର୍ଷ ହେବ ଜଗତସିଂହପୁର ଜିଲ୍ଲା ଓସକଣା ଗ୍ରାମର ଶରତ ନାୟକଙ୍କ ଝିଅ ଲିଲିପ୍ରଭା ନାୟକ ଙ୍କୁ ତାଳଦା ଗ୍ରାମର ଅଜୟ ନାୟକ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ଅଜୟ ଅନେକ ସମୟରେ ନିଶା ସେବନ କରୁଥିବାରୁ ବିଭିନ୍ନ ସମୟରେ ନିଜ ପତ୍ନୀ କୁ ମାନସିକ ଯନ୍ତ୍ରଣା ଦେବା ସହ ଲିଲିପ୍ରଭା ଙ୍କୁ ମାଡ଼ ପିଟ କରିଥାଏ।

କିନ୍ତୁ ଗତ ୧୮ତାରିଖ ରୁ ଲିଲି ପ୍ରଭା ଙ୍କ ଖବର ମିଳୁନାହିଁ, କିନ୍ତୁ ଜ୍ୱାଇଁ ଅଜୟ ଶଶୁର ଘରକୁ ଫୋନ କରି କହିଥିଲେ ଝିଅ କୁଆଡେ ଯାଇଛି। ଅନ୍ୟ ପଟେ ଲିଲି ପ୍ରଭା ଙ୍କ ଭାଇ କହିଛନ୍ତି ଭଉଣୀ କୁ ନିଶା ଶକ୍ତ ଭିଣୋଇ ମାରି ପୋତି ଦେଇଛି। ଅସ୍ତରଙ୍ଗ ଥାନାରେ ଅଭିଯୋଗ ଦେବା ପରେ ମଧ୍ୟ ପୋଲିସ ନିଷ୍କ୍ରିୟତା କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଫେରାର ଥିବା ଅଜୟ କୁ ଲିଲି ଙ୍କ ବାପ ଘର ଲୋକେ ଧରି ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ପୋଲିସ କିନ୍ତୁ ଅଜୟ ଓ ସହଯୋଗୀ କୁ ଛାଡି ଦେଇଛି। ଗୋଟେ ପଟେ ଝିଅ ପରିବାର ଲୋକେ ହତ୍ୟା ଅଭିଯୋଗ ସନ୍ଦେହ କରୁଥିବା ବେଳେ ପୋଲିସ ଅଜୟ ଙ୍କୁ ଥାନାରୁ ଛାଡି ଦେବା ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।କୋଣାର୍କ ରୁ ପ୍ରକାଶ କାଣ୍ଡି