୫୦ ବର୍ଷ ଧରି ବିନା ଖାଦ୍ୟରେ ବଞ୍ଚିଛନ୍ତି ଏହି ମହିଳା

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି କିଛି ନ ଖାଇ ଜୀବନ ବିତାଉଛନ୍ତି। ଆଜି ଆମେ ଆପଣଙ୍କୁ ଭିଏତନାମର ଏପରି ଜଣେ ମହିଳାଙ୍କ ବିଷୟରେ କହିବୁ, ଯିଏ ପ୍ରାୟ ୫୦ ବର୍ଷ ଧରି କେବଳ ପାଣି ପିଇ ବଞ୍ଚିଛନ୍ତି।୭୫ ବର୍ଷୀୟ ଭିଏତନାମୀ ମହିଳା ବୁଇ ଥି ଲୋଇ । ବୁଇଙ୍କ ଅଜବ ମୁକ୍ତି । ୫୦ ବର୍ଷ ହେବ ଖାଇନାହାଁନ୍ତି କଠିନ ଖାଦ୍ୟ । ଆଶ୍ଟର୍ଯ୍ୟର କଥା ଡାଏଟ ପରେ ବି ବୟସ ହିସାବରେ ଦେଖାଯାଉଛନ୍ତି ଖୁବ୍ ଭଲ । ବୁଇ ଆହୁରି ଦାବି କରିଛନ୍ତି କି, ଖାଇବା ବାସ୍ନା ଆସିଲେ ବାନ୍ତି ଉଠାଏ । ଘର ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧନ୍ତି ସତ କିନ୍ତୁ ଖାଆନ୍ତି ନାହିଁ । ଏବେ ପିଲାମାନେ କେହି ରହୁନାହାଁନ୍ତି, ଆଉ ରୋଷେଇ ବି ହେଉନି । ଫଳରେ ଘରେ ରୋଷେଇ ଘରେ ଲାଗିଗଲାଣି କଳଙ୍କି ।ଏହା ୧୯୬୩ ମସିହାରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଏବଂ ଅନ୍ୟ ମହିଳାମାନେ ଯୁଦ୍ଧରେ ଆହତ ସୈନିକମାନଙ୍କ ଚିକିତ୍ସା କରିବା ପାଇଁ ଏକ ପର୍ବତ ଉପରକୁ ଯାଉଥିଲେ।

ଏହି ସମୟରେ ସେମାନେ ବଜ୍ରାଘାତର ଶିକାର ହୋଇଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଯଦିଓ ସେ ବଞ୍ଚିଗଲେ, କିନ୍ତୁ ତା’ପରଠୁ ସେ କେବେ ବି ଆଉ ଆଗପରି ରହି ନଥିଲେ। ଚେତା ଫେରିବା ପରେ ସେ ଅନେକ ଦିନ ପର୍ଯ୍ୟନ୍ତ କିଛି ଖାଇଲେ ନାହିଁ, ତେଣୁ ତାଙ୍କ ସାଙ୍ଗମାନେ ତାଙ୍କୁ ମିଠା ପାନୀୟ ଦେବା ଆରମ୍ଭ କଲେ। ପରେ ୧୯୭୦ରେ ସବୁଦିନ ପାଇଁ ଛାଡିଦେଲେ ଖାଇବା । ବୁଇଙ୍କ ଘରେ ରେଫ୍ରିଜରେଟର ଅଛି, ହେଲେ ସେଥିରେ ରହିଛି ପାଣି ବୋତଲ ଏବଂ ମିଠା ପାନୀୟ। ଏହି ବର୍ଷ ଭିଏତନାମରେ ନଜର ଆସିଥିଲା ସମାନ ମାମଲା । ୮୦ ବର୍ଷ ବୟସ୍କ କୃଷକ ଥାଇ ନାଗୋକ୍ ଦାବି କରିଥିଲେ ଯେ, ସେ ୬୦ ବର୍ଷ ଧରି ଶୋଇନାହାଁନ୍ତି । ଏବେ ଏହି ଦୁଇ ମାମଲା ବାସ୍ତବରେ ସତ କି ନାହିଁ ସେସବୁର ହୋଇନି ବୈଜ୍ଞାନିକ ଯାଞ୍ଚ।