୫୦ ହଜାରରୁ ଅଧିକ ଏକର ଚାଷ ଜମିରେ ହେବ ଆଳୁଚାଷ, ସରକାର ଦେବେ ଆଳୁ ବିହନ 

ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ ।  ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ ଦେଖାଦେବ କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନମ୍ବର ୧୫୫୩୩୩ ରେ ଯୋଗାଯୋଗ କିମ୍ବା ନିକଟସ୍ଥ ଉଦ୍ୟାନ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାପାଇଁ ଅନୁରୋଧ କରାଯାଇଛି ।