୫୧ ବର୍ଷରେ ପାଦ ଦେଲେ କ୍ରିକେଟ୍‌ କିମ୍ବନ୍ଦନ୍ତୀ ସଚିନ ତେନ୍ଦୁଲକର।

୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର।ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ | ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ଏପରି ଅନେକ ରେକର୍ଡ ଅଛି, ଯାହା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଭାଙ୍ଗିବା ବହୁତ କଷ୍ଟକର।୧୬ ବର୍ଷ ବୟସରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆରୁ କ୍ୟାରିୟର ଆରମ୍ଭ କରିଥିଲେ।

କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ସେ ଅନେକ ପାହାଚ ଚଢ଼ିବା ସହିତ ବହୁ ବିଶ୍ବ ରେକର୍ଡ ସୃଷ୍ଟି କରି ଦେଶର ନାମକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ସର୍ବାଧିକ ରନ ସ୍କୋରର। ଅନ୍ତର୍ଜାତୀୟ କ୍ରିକେଟରେ ଅଧିକାଂଶ ଶତକ, ଅଧିକାଂଶ ଟେଷ୍ଟ ରନ ଏବଂ ୫୦ରୁ ଅଧିକ ସ୍କୋର କରିବାର ରେକର୍ଡ ମଧ୍ୟ ସେ ରଖିଛନ୍ତି।