୫୧ ବର୍ଷରେ ଲୁଚିଛପି ବିବାହ କଲେ ଗୀତା କପୁର! କଣ କହିଲେ ଗୀତା ?

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଗୀତା ମା ନାମରେ ପ୍ରସିଦ୍ଧ ଗୀତା କପୁର । ବର୍ତ୍ତମାନ ସୋନି ଟିଭିର ଡ୍ୟାନ୍ସ ରିୟଲିଟି ସୋ ‘ଇଣ୍ଡିଆସ୍‌ ବେଷ୍ଟ ଡାନ୍ସର-୪ ଜଜ୍ କରୁଛନ୍ତି। ଗୀତା ଏବଂ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ ୨୦୨୦ ମସିହାରେ ଏହାର ପ୍ରଥମ ସିଜିନ୍‌ରୁ ଏହି ଶୋ’ର ଜଜ୍‌ କରି ଆସୁଛନ୍ତି।ଏହି ସିଜିନ୍‌ରେ କରିସ୍ମା କପୁର ତାଙ୍କ ସହିତ ଯୋଗ ଦେଇଛନ୍ତି। ଏବେ ଗୀତା ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।୫୧ବର୍ଷରେ ବିବାହ କରିଛନ୍ତି ଗୀତା ମଆ। ହି ଖବରକୁ ଫ୍ୟାନ୍ସ ବି ବିଶ୍ୱାସ କରିପାରୁ ନାହାନ୍ତି। ଏହି ଚର୍ଚ୍ଚା ଭିତରେ ନିଜର ନୀରବତା ଭାଙ୍ଗିଛନ୍ତି ଗୀତା। ଆଉ ଏ ସମ୍ପର୍କରେ ଖୁଲାସା କରିଛନ୍ତି।

୫୧ ବର୍ଷୀୟ ଗୀତା କପୁର ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। କିନ୍ତୁ ଅନେକ ଥର ଗୁଜବ ପ୍ରଚାରିତ ହୋଇଛି ଯେ ସେ ଳଚାଚୋରାରେ ବିବାହ କରିଛନ୍ତି। ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ବିବାହକୁ ନେଇ ମୋ ବିଷୟରେ ଗୁଜବ ପ୍ରଚାରିତ ହୋଇଛି।ମୋର ଅନେକ ସନ୍ତାନ ଅଛନ୍ତି । ଦୟା କରି ଏହି ଗୁଜବ ବନ୍ଦ କରିବା ଉଚିତ୍‌ ।