୫୮ ବର୍ଷରେ ତୃତୀୟ ଥର ବର ସାଜିଲେ ରୋନିତ୍‌ ରୟ

ରୋନିତ୍‌ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ଏହା ହେଉଛି ତୃତୀୟ ବିବାହ। ବିବାହର ୨୦ ବର୍ଷ ପୂରଣ ହେବାପରେ, ନିଜ ପତ୍ନୀ ନୀଲମ୍ ସିଂଙ୍କ ସହିତ ସାତ ଫେରା ନେଇଛନ୍ତି। ବିବାହ ସମୟରେ ଅଭିନେତାଙ୍କ ପତ୍ନୀ ନୀଲାମ ନବ ବିବାହିତ କନ୍ୟା ପରି ଲାଲ ରଙ୍ଗର ଶାଢୀ ପିନ୍ଧି ଅଳଙ୍କାରରେ ସୁସଜ୍ଜିତ ହୋଇଥିବାବେଳେ ଅଭିନେତା ଧଳା ଏବଂ ନାଲି କୁର୍ତ୍ତା-ପାଇଜାମା ପିନ୍ଧିଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓରେ ଅଗସ୍ତ୍ୟ ତାଙ୍କ ପିତାମାତାଙ୍କ ବିବାହକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।

ଭିଡିଓ ଶେୟାର କରିବାବେଳେ ରୋନିତ କ୍ୟାପସନରେ ଲେଖିଛନ୍ତି,‘ତୁମେ ମୋତେ ପୁନର୍ବାର ବିବାହ କରିବ କି?’ ସୂଚନାଯୋଗ୍ୟ, ରୋନିତ ଗୋଆର ଏକ ମନ୍ଦିରରେ ବିବାହ କରିଥିଲେ। ଏହି ସମୟରେ ସେ ଧଳା ରଙ୍ଗର କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିବା ବେଳେ ତାଙ୍କ ପତ୍ନୀ ଏକ ଲାଲ ଯୋଡିରେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ସେମାନଙ୍କର ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି।