୬୦ ପ୍ରତିଶତ କିଡନୀ ଖରାପ ହେବାର କାରଣ କଣ ଜାଣନ୍ତୁ

କିଡନୀ ଖରାପ ହେବାର କାରଣ ହେଉଛି ଡାଇବେଟିସ । ଭାରତରେ ହିଁ ଅଧିକ ଡାଇବେଟିସ ରୋଗୀ ଅଛନ୍ତି ବୋଲି ଗବେଷଣାରୁ ଜଣା ପଡ଼ିଛି । ୬୦ ପ୍ରତିଶତ କିଡନୀ ଖରାପ ଏହି ଡାଇବେଟିସ କାରଣରୁ ହୋଇଥାଏ । କିଡନୀ ହେଉଛି ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମ ଶରୀରରେ ଦୁଇଟି କିଡନୀ ରହିଥାଏ । କିଡନୀ ହେଉଛି ଏକ ପ୍ରକାରର ଫିଲଟର ।ଆମେ ଯେଉଁ ଖାଦ୍ୟ ଖାଇଥାଉ ଓ ପିଇଥାଉ କିମ୍ବା କିଛି ଔଷଧର ସେବନ କରିଥାଉ ଏହି ସବୁ ଜିନିଷରେ ଥିବା ଅଦରକାରୀ ପଦାର୍ଥର ନିଷ୍କାସନ ଆମ ଶରୀରରେ ଝାଳ ଦ୍ଵାରା, ପରିସ୍ରା ଦ୍ଵାରା ଓ ମଳ ଦ୍ଵାରା ବାହାରିଥାଏ । ଆମେ ଯାହା ସବୁ ଖାଇଥାଉ ସେହି ସବୁ ଜିନିଷ ବ୍ଲଡ ରେ ମିଶିଥାଏ ଓ ବ୍ଲଡ ଯେତିକି ଜିନିଷ ଆମ ଶରୀରର ପାଇଁ ଦରକାର ସେତିକି ନେଇ ସାରିବା ପରେ ବାକି ଜିନିଷ କୁ ସେ ଫିଲଟର କରି ଅଦରକାରୀ ପଦାର୍ଥକୁ ଛାଣିକି ବାହାର କରିବା ହେଉଛି କିଡନୀର କାମ ।କିଡନୀ ଖରାପ ହେବାର ମୁଖ୍ୟ କାରଣ ହେଉଛି ଡାଇବେଟିସ । ଏହାଛଡା ଯଦି ଆପଣଙ୍କର ବ୍ଲଡ ପ୍ରେସର ଅଛି ଆପଣ ଯତ୍ନ ସଠିକ ଭାବରେ ନେଇ ନାହାନ୍ତି ତାହେଲେ ମଧ୍ୟ ଆପଣଙ୍କ କିଡନୀ ଖରାପ ହୋଇପାରେ । କିମ୍ବା ଷ୍ଟୋନ ରୋଗ କାରଣରୁ ମଧ୍ୟ କିଡନୀ ଖରାପ ହୋଇପାରେ । କିଛି ଖାଦ୍ୟ ପାନୀୟ ଦ୍ଵାରା ମଧ୍ୟ କିଡନୀ ଖରାପ ହୋଇପାରେ ।କିଡନୀ ରୋଗ ବ୍ୟାପକ ହେଉଥିବା ଜାଗାର ପାଣି ରେ ଅତ୍ୟଧିକ ମେଟାଲ ବା ଧାତୁ ଥିବା ହେତୁ ସେହି ପାଣି ସେବନ କରିବା ଦ୍ୱାରା କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଆଣ୍ଠୁଗଣ୍ଠି ବିନ୍ଧା ହେଲେ ଡାକ୍ତରଙ୍କ ପରାମର୍ଶ ନ ନେଇ ପେନ କିଲର ଔଷଧ ଆଣି ଅନେକ ଦିନ ପର୍ଯ୍ୟନ୍ତ ଖାଇଥାନ୍ତି ।। ଏହା କରିବା ଦ୍ୱାରା ମଧ୍ୟ କିଡନୀ ଖରାପ ହେବାର ସମ୍ଭାବନା ଥାଏ ।କିଡନୀ ଖରାପ ହେଲେ ଆପଣଙ୍କ ଶରୀରରୁ ଅଦରକାରୀ ପାଣି କିମ୍ବା ଏକ୍ସଟ୍ରା ପାଣି ବାହାରି ପାରିବ ନାହିଁ । ଯାହାଦ୍ଵାରା ଆପଣଙ୍କ ଶରୀରରେ ପାଣି ଜମା ହୋଇ ଦେହ ହାତ ଫୁଲିଥାଏ, ମୁହଁ ଫୁଲିବ, ରୋଗୀ ସବୁବେଳେ ଟିକେ ବାଟ ଚାଲିଲେ ଧଇଁସଇଁ ହୋଇଯିବ, ଶୋଇବା ସମୟ ରେ ନିଃଶ୍ୱାସ ନେବାରେ ଅସୁବିଧା ହେବ । ଏହିଭଳି ବହୁତ ସମସ୍ୟା ହୋଇଥାଏ । କିଛି ଲୋକଙ୍କୁ ଭୋକ ଲାଗେନାହିଁ, ବାନ୍ତି ଲାଗେ, ଅଳ୍ପ କାମ କଲେ ହାଲିଆ ଲାଗେ ।

ରୋଗୀ ସାଧାରଣ ଜୀବନ ଯାପନ କରିପାରିବ ନାହିଁ ।। ଯେତେବେଳେ କିଡନୀ ୯୦ ଭାଗ ଖରାପ ହୋଇଯାଇଥାଏ ସେତେବେଳେ ତାହାକୁ ଷ୍ଟେଜ ୫ ବୋଲି କୁହାଯାଇଥାଏ । ଏହା ମାନେ କିଡନୀ ଆପଣଙ୍କର ସମ୍ପୂର୍ଣ୍ଣ ଖରାପ ହୋଇଗଲାଣି ।ତେବେ ପ୍ରଥମେ ରକ୍ତକୁ ପରିଷ୍କାର କରିବାକୁ ପଡ଼ିବ । ଏହାକୁ ଡାଏଲିସିସ ଉପାୟରେ କରାଯାଇଥାଏ । ଡାଏଲିସିସ ହେଉଛି ଏକ ର-କ୍ତ ଛଣା ଯନ୍ତ୍ର । ଏହା ଦ୍ଵାରା ସପ୍ତାହକୁ ଦୁଇ ରୁ ତିନି ଥର ଡାକ୍ତରଙ୍କ ପାଖକୁ ଯାଇ ଡାଏଲିସିସ ମେସିନ ଦ୍ଵାରା ରକ୍ତକୁ ପରିଷ୍କାର କରି ଆସିପାରିବେ । ଏହାଛଡ଼ା କିଡନୀ ଟ୍ରାଂଶପ୍ଲାଣ୍ଟ ଦ୍ଵାରା ମଧ୍ୟ କିଡନୀ ଭଲ କରିହେବ । କିଡନୀ ଟ୍ରାଂଶପ୍ଲାଣ୍ଟ ହେଉଛି ଆମ ଆଧୁନିକ ବିଜ୍ଞାନର ଏକ ମହତ୍ତ୍ଵ ପୂର୍ଣ୍ଣ ଦାନ । ମଣିଷ କୁ ବଞ୍ଚିବା ପାଇଁ ଗୋଟେ ସୁସ୍ଥ କିଡନୀ ଆବଶ୍ୟକ । ଯଦି ଆପଣଙ୍କ କିଡନୀ ପୁରା ଖରାପ ହୋଇ ଯାଇଥାଏ ତେବେ ଡ଼ାଏଲିସିସ ବା ଟ୍ରାଂଶପ୍ଲାଣ୍ଟ ଏହି ଦୁଇଟି ଉପାୟ ଭିତରୁ ଆପଣ ଗୋଟେ କରିପାରିବେ । । କିଡନୀ କୁ ସୁସ୍ଥ ରଖିବା ପାଇଁ ଆପଣ ନିୟମିତ ୧୦ ରୁ ୧୨ ଗିଲାସ ପାଣି ପିଇବା ଉଚିତ । ।

ଆପଣ ମାନଙ୍କୁ ଏହି ବିଶେଷ ସୂଚନା କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ