୬୦ ବର୍ଷରେ ପାଦ ଦେଲେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍
ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । ଆଜି ୬୦ ବର୍ଷରେ ପାଦ ଥାପିଛନ୍ତି ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ଦୀର୍ଘ ଦିନ ହେବ ବଲିଉଡରେ ରାଜ କରୁଥିବା ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ବି ପ୍ରଶଂସକଙ୍କ ଭିଡ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି । ଜନ୍ମଦିନ ପାର୍ଟିରେ ବହୁ କଳାକାର, ସିଙ୍ଗର ଯୋଗ ଦେଇଛନ୍ତି । ପାର୍ଟିରେ ସଲମାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀ ମଧ୍ୟ ନଜର ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଭାଇଜାନ୍ଙ୍କ ଜନ୍ମଦିନ ପାର୍ଟିରେ ନଜର ଆସିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ପାର୍ଟିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି ।୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ୍ । ତାଙ୍କ ପରିବାର ଆଫଗାନୀସ୍ତାନରୁ ଗ୍ୱାଲିଅରକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଅବଦୁଲ ରସିଦ୍ ସଲିମ୍ ସଲମାନ୍ ଖାନ୍ । ଗ୍ୱାଲିଅରରେ ସ୍କୁଲିଙ୍ଗ ଶେଷ ହେବା ପରେ ମୁମ୍ବାଇ ଆସି ପଢା ଜାରି ରଖିଲେ । ପାଠପଢାରେ ଏତେ ଆଗୁଆ ନଥିବା ସଲମାନ୍ ପିଲାବେଳେ ଭାରି ଦୁଷ୍ଟ ଥିବା ତାଙ୍କ ପରିବାର ସଦସ୍ୟ କୁହନ୍ତି । ହେଲେ ବାପା ସଲିମ ଖାନଙ୍କୁ ତାଙ୍କର ଭାରି ଡର । ବାପାଙ୍କୁ କିଛି ନପଚାରି କୌଣସି କାମ କରନ୍ତି ନାହିଁ ସଲମାନ୍ ।। ୧୯୮୮ରେ ଅଭିନୟ ଜଗତରେ ଏଣ୍ଟ୍ରୀ କରିଥିଲେ ସଲମାନ ଖାନ୍ । ‘ବିୱି ହୋ ତୋ ଏସି’ରେ ସପୋର୍ଟିଂ ରୋଲ୍ କରିଥିଲେ ସଲମାନ । ଏହାପରେ ୧୯୮୯ରେ ସୁରଜ ବରଜତିଆଙ୍କ ‘ମେନେ ପ୍ୟାର କିୟ୍ୟା’ରେ ଲିଡ୍ ରୋଲ କରିଥିଲେ । ବେଷ୍ଟ ଡେବ୍ୟୁ ପାଇଁ ତାଙ୍କୁ ଏ ଫିଲ୍ମ ନେଇ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଭେଟି ଦେଇଥିଲେ । ସାଜନ, ହମ୍ ଆପକେ ହେ କୌନ, ହମ ସାଥ ସାଥ ହୈ, କରନ-ଅର୍ଜୁନ, ବିୱି ନମ୍ୱର ୱାନ ପରି ଫିଲ୍ମରେ ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ତାଙ୍କ ଜୀବନରେ ବିବାଦର ପ୍ରବେଶ ୧୯୯୮ ମସିହାରେ ହୋଇଥିଲା, ଯେତେବେଳେ କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କ ନାମ ଆସିଲା ଏବଂ ତାଙ୍କୁ ଜେଲ ଯିବାକୁ ପଡ଼ିଲା। ଏହି ମାମଲାକୁ 27 ବର୍ଷ ବିତିଗଲାଣି, କିନ୍ତୁ ବିବାଦ ଥମିବାର ନାମ ନେଉନାହିଁ। ଏହି ବର୍ଷ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳି ଚଳାଇବା ସହ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ।
