୬୧ ବର୍ଷରେ ପାଦ ଥାପିଛନ୍ତି ରାଜନେତା ଅମିତ ଶାହ
ବିଜେପିର ଚାଣକ୍ୟ । ଇଲେକ୍ସନ୍ ଷ୍ଟ୍ରାଟିଜେ ମେକର । ଭାରତୀୟ ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା । ଅମିତ ଶାହ । ୬୧ ବର୍ଷରେ ପାଦ ଥାପିଲେ ଅମିତ ଶାହ । ଅମିତ ଶାହ ଦେଶର ଗୃହମନ୍ତ୍ରୀ ଜଣେ ଦକ୍ଷ ସଙ୍ଗଠକ ଭାବେ ସେ ଯେତିକି ପରିଚିତ, ତୃଣମୂଳସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ସେ ସେତିକି ମାହିର । ଦେଶରେ ନକ୍ସଲ ଦମନ ଅଭିଯାନରେ ଶାହଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ୨୦୧୪ ଜୁଲାଇ ମାସରେ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ ସେ ବିଜେପିର ବିସ୍ତାର ପାଇଁ ସାରାଦେଶ ବୁଲିଥିଲେ । ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରି ବିଜେପିକୁ କ୍ଷମତାକୁ ଆଣିଥିଲେ ।୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ । ଭାରତୀୟ ରାଜନୀତି ସମତେ ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ଅମିତ ଶାହଙ୍କ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ।ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି |
