୬ କିଲୋଗ୍ରାମ ସମ୍ବର ମାଂସ ସହ ବାଇକ ଜବତ,ଜଣେଗିରଫ – ନାବାଳକ ଅଟକ

ଗଣିଆ ( ବିଶ୍ୱରଂଜନ ସେଠି ) ସମ୍ବର ମାଂସ ନେଉଥିବା ବେଳେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଚଂଳର ବନକର୍ମଚାରୀମାନେ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଅଟକ ଥିବା ୨ଜଣ ହେଲେ ଦଶପଲ୍ଲା ବ୍ଲକ ସାନକାମେଟି ଅଚଂଳର ଦୀପକ ବେହେରା (୧୯) ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଦୀପକ ଓ ସଂପୃକ୍ତ ନାବାଳକ ଜଣଙ୍କ ଏକ ସ୍କୁଟି ଯୋଗେ ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତ କାଣିପୋଖରୀ ଗ୍ରାମର ମାମୁଁଘରୁ ସମ୍ବର ମାଂସ ନେଇ ନିଜ ଗ୍ରାମ ଅଭିମୁଖେ ଯାଉଥିଲେ ।

ବିଶେଷ ସୂତ୍ରରୁ ଖବର ପାଇ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଚଂଳ ଅଧିକାରୀ ଲଷ୍ମୀନାରାୟଣ ପଣ୍ଡା, ଫରେଷ୍ଟର ପ୍ରତାପ କୁମାର ସେଠି, କାଳନ୍ଦି ଚରଣ ସାଥୁଆ, ଶ୍ରୀନିବାସ କଅଁର ଓ ବନକର୍ମଚାରୀମାନେ ଛାମୁଣ୍ଡିଆ – କାଣିପୋଖରୀ ରାସ୍ତାର ରାଣୀଖୋଲା ଠାରେ ଉଭୟଙ୍କୁ ୍‌ଅଟକାଇ ଚେକିଂ ସମୟରେ ୬କିଲୋଗ୍ରାମ ସମ୍ବର ଜବତ କରିଥିଲେ । ଏଥି ସହ ଏକ ସ୍କୁଟି ଗାଡିକୁ ଜବତ କରିଥିବା ଜଣାପଡିଛି । ଏ ନେଇ ବନ୍ୟପ୍ରାଣୀ ବିଭାଗ ତରଫରୁ କେସ ନଂ ୦୧/୨୪ ଋଜୁ କରାଯିବା ସହ ଦୀପକ ବେହେରାକୁ ଗିରଫ କରାଯାଇଥିବା ବେଳେ ନାବାଳକ ଜଣଙ୍କୁ ଅଟକ ରଖାଯାଇଛି । ଅପରାହ୍ନରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଶୁକ୍ରବାର ଉଭୟଙ୍କୁ ବିଚାରବିଭାଗୀୟ ଅଦାଲତରେ ହାଜର କରାଯିବ ବୋଲି ସୂଚନା ମିଳିଛି । ତେବେ ବନାଚଂଳ କାର୍ଯ୍ୟାଳୟ ପରିସରରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସହକାରୀ ବନ ସଂରକ୍ଷକ( ଏସିଏଫ) ଦେବୀ ରଞନ ରାଉତ ପହଚିଂ ସମ୍ବର ଶିକାର ସମ୍ପର୍କରେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।