୭ରେ ଛାତ୍ରୀଛାତ୍ର ଗାଇବେ ‘ବନ୍ଦେ ମାତରମ’
ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଏହି ଅବସରରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସଙ୍ଗୀତ ’ବନ୍ଦେ ମାତରମ’ ଗାନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ଜନଆନ୍ଦୋଳନର ବିଷୟ ପାଲଟିଥିବା ଏହି ଗୀତକୁ ପ୍ରଥମେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ୧୮୯୬ ମସିହାରେ କଲିକତାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ସାର୍ବଜନୀନ ଭାବରେ ଗାଇଥିଲେ ଏବଂ ପରେ କଲିକତାରେ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ପୂର୍ବ ବର୍ଷଗୁଡ଼ିକରେ, ଏହାର ପ୍ରଥମ ଦୁଇଟି ପଦ ନିୟମିତ ଭାବରେ ପ୍ରତ୍ୟେକ କଂଗ୍ରେସ ଅଧିବେଶନରେ ଗାନ କରାଯାଉଥିଲା। ଜାନୁଆରୀ ୨୪, ୧୯୫୦ରେ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାରେ ଘୋଷଣା କରିଥିଲେ ଯେ “ବନ୍ଦେ ମାତରମ୍” ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ସମାନ ମର୍ଯ୍ୟାଦା ଏବଂ ସମ୍ମାନ ପାଇବ। କେନ୍ଦ୍ରର ନିର୍ଦ୍ଦେଶ ପରେ, ଏହି ଉତ୍ସବର ଶୁଭାରମ୍ଭ କରାଯାଇଛି । ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା।
