୮ ମନ୍ତ୍ରୀଙ୍କୁ ନୂଆପଡା ଦାୟିତ୍ୱ ଦେଲା ବିଜେପି
ନୂଆପଡା ଉପନିର୍ବାଚନକୁ ନେଇ ୮ ମନ୍ତ୍ରୀଙ୍କୁ ୮ଟି ଜୋନ ପାଇଁ ଦାୟିତ୍ୱ ଦେଲା ବିଜେପି । ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବଞ୍ଜରୀ ଦାୟିତ୍ୱ , ସୁନାଦେଇ ଦାୟିତ୍ୱରେ ଗଣେଶରାମ ସିଂ ଖୁଣ୍ଟିଆ , ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ମିଳିଛି । କୋନାଭଇରା ପାଇଁ ବିଭୂତି ଭୂଷଣ ଜେନାଙ୍କୁ ଦାୟିତ୍ୱ ମିଳିଛି । ଯୋଗେଶ୍ୱର ଜୋନ ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ମିଳିଛି । ନୂଆପଡା ଏନଏସି ଦାୟିତ୍ୱରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖରିଆର ରୋଡ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି । ସୂଚନାଥାଉକି, ନୂଆପଡା ଉପନିର୍ବାଚନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଦଳରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି । କେଉଁ ଦଳ ଏହି ଉପ ନିର୍ବାଚନରେ ବାଜିମାତ ମାରିବ ତାହା ଅପେକ୍ଷା କରିଛନ୍ତି ଜନତା । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ତେବେ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜୟ ଢୋଲକିଆ ପ୍ରାର୍ଥୀ ହେବା ପରେ ତାଙ୍କୁ ବିଜୟ କରିବାକୁ ଦଳ ପୁରା ରଣନୀତି ପ୍ରସ୍ତୁତ କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ୪୦ଜଣଙ୍କୁ ପ୍ରଚାରକ ଦାୟିତ୍ୱ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଦୁଇ ଥର ନୂଆପଡା ଯାଇଥିବା ବେଳେ ଆଗକୁ ପ୍ରଚାର ପାଇ ଯାଇପାରନ୍ତି ।
