୯ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ଆଗକୁ ବଢିବ ଶୀତ

ରାଜ୍ୟରୁ ବିଦାୟ ନେଉଛି ମୌସୁମୀ । ୬ ଜିଲ୍ଲାରୁ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି ।୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ମୟୂରଭଞ୍ଜ, ଦେଓଗଡ, କେଉଝର, ବାଲେଶ୍ବର, ସୁନ୍ଦର ଗଡ, ଝାରସୁଗୁଡ଼ା, ସମ୍ବଲପୂର୍, ସୋନପୁର, ବରଗଡ଼ ଜିଲ୍ଲା ରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ। ୭ ଜିଲ୍ଲା ରୁ ଅଧିକାଂଶ ସ୍ଥାନରୁ ବିଦାୟ ନେଇଛି ମୌସୁମୀ । ବୌଦ୍ଧ, ଯାଜପୁର, ଭଦ୍ରକ, ଢେଙ୍କାନାଳ,ଅନୁଗୁଳ, ବଲାଙ୍ଗୀର , ନୂଆପଡ଼ା ର କିଛି ସ୍ଥାନ ରୁ ଲେଉଟାଣି ନେଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ବିଦାୟ ନେବ । ଅନ୍ୟ ୧୪ ଜିଲ୍ଲାରୁ ଆଦୌ ମୌସୁମୀ ଅପସରଣ ହୋଇନାହିଁ । ପାଗ ଅନୁକୂଳ ଅଛି ୨୪ ଘଣ୍ଟାରେ ବିଦାୟ ନେବ ।ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କତା ଜାରି କରିଛି ବିଭାଗ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ହାଲୁକା ଥଣ୍ଡା ଅନୁଭୂତ ହେଲାଣି । ଆଗକୁ ଶୀତ ବଢିବା ସହ କାକର ପଡିବ ।