ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୫ ଜଣିଆ ଟିମ୍ ଘୋଷଣା
ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ବରେ ଦଳ ଘୋଷଣା । ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ଉପଅଧିନାୟକ ଦାୟିତ୍ୱ । ଆହତ ଜନିତ କାରଣ ପାଇଁ ଋଷଭ ପନ୍ତ ସ୍ଥାନ ପାଇଲେ ନାହିଁ । କେବେ ୱିକେଟ କିପର ତାଲିକାରେ ଧ୍ରୁବ ଜୁରେଲଙ୍କ ସହ ଏନ୍ ଜଗଦିଶାନ । ବାଦ ପଡ଼ିଲେ କରୁଣ ନାୟର, lଦଳକୁ ଫେରିଲେ ଦେବଦତ୍ତ ପାଡିକଲ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
