ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀ ହେଲେ ମାଆ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।। ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି । ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା ।

ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ। ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ। ତୁମ ଝିଅ ଏକ ଛୁଆ ଜନ୍ମ କରିଛି। ଏହି କଥା ଶୁଣି ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ଘରକୁ ଆସିନାହିଁ। ସେ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ହୋଇଥିଲି। ସେଭଳି କୌଣସି ଝିଅ କହି ନଥିଲା କି ମୁ ଜାଣିପାରିନଥିଲି। ତେବେ ଝିଅ କିପରି ଗର୍ବବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ସହ ତଦନ୍ତ ଆରମ୍ଭ କରିଛି । ହେଲେ ସେପଟେ ଶିକ୍ଷକ ନିଜ ମୁଣ୍ଡରୁ ଦୋଷ ଛଡାଇ ୱାର୍ଡେନଙ୍କୁ ଦୋଷ ଲଦିବାରେ ବ୍ୟସ୍ତ ।

You might also like